ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ଭବାନୀପାଟଣା:  ଅର୍ଥ ବିଭାଗ ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ତରଫରୁ ସେବା ପର୍ବ ଉପଲକ୍ଷେ ସଞ୍ଚୟ ବୃକ୍ଷରୋପଣ କରାଯାଇ ସ୍ୱଳ୍ପ ସଞ୍ଚୟ ତଥା ଆର୍ଥିକ ସ୍ଵାକ୍ଷରତା ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲ୍ଲା ଆର୍ଥିକ ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ମେଦିନୀପୁର ପଞ୍ଚାୟତରେ ଏକ ସଞ୍ଚୟ ବୃକ୍ଷରୋପଣ ପରେ ଆଞ୍ଚଳିକ ସେବା ଓ ସ୍ଵାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା ସହ ନିର୍ଦ୍ଦେଶକ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ସେବା କଳାହାଣ୍ଡି ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ । ଏହି ଶିବିରରେ ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ବହୁ ଲୋକ ସାମିଲ ହୋଇ ଏହାର ଲାଭ ଉଠାଇପାରିବେ ସେ ସମ୍ପର୍କରେ ଗୁରୁତ୍ବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଂଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ପୋଷ୍ଟାଲ ସୁପରିଟେନଡେଣ୍ଟ ସୁଶାନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲେ । 

( ମ ନି ସ )

Related posts

ହନେରାରୀ ଡକ୍ଟରେଟ ଆୱାର୍ଡ-୨୦୨୫ ରେ ସମ୍ମାନୀତ ହେଲେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର:ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବିତ 

masiha

ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!