ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସ୍ଥାୟୀ ଦରମା ଦାବିରେ ଜିପିଏଲଏଫ କର୍ମୀଙ୍କ ଧାରଣା

ବ୍ଲକ ସ୍ତରୀୟ ସ୍ଥାୟୀ ଦରମା ଦାବିରେ ଜିପିଏଲଏଫ କର୍ମୀଙ୍କ ଧାରଣା

ବନ୍ଧୁଗାଁ ତା ୨୪/୯/୨୫, (ସଞ୍ଜିବ କୁମାର ବାଙ୍ଗାରୀ )କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ଦରମା ଦାବିରେ ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଜିପିଏଲଏଫ୍ କର୍ମୀ ଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି। ପ୍ରବଳ ବର୍ଷା ସତ୍ତ୍ବେ ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ସିଆରପି କର୍ମୀ ନିଜର ଜନ୍ମିତ ଛୋଟ ଛୋଟ ଶିଶୁଙ୍କୁ କଳରେ ଧରି ଧାରଣାରେ ବସି ଥିବା ଦେଖିବାକୁ ମିଳିଛି।ପୂର୍ବ ବିଜେଡି ସରକାରଙ୍କ ଅମଳରୁ ମାସିକ ସ୍ଥାୟୀ ଦରମା ପାଇ ଆସୁଥିଲେ କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସରୁ ସରକାର ସ୍ଥାୟୀ ଦରମା ବଦଳରେ ପ୍ରୋତ୍ସାହନ ଭିତ୍ତିକ ଦରମା ଲାଗୁ କରିଛନ୍ତି। ଆଜକୁ ୬ ମାସ ହେଉଛି କର୍ମୀଙ୍କୁ ଦରମା ମିଳି ନ ଥିବାରୁ ଦୟନୀୟ ଭାବେ ପରିବାର ପୋଷୁଛନ୍ତି, ସେମାନଙ୍କ ସ୍ଥାୟୀ ଦରମା ପ୍ରଦାନ କରିବା, ସ୍ଥାୟୀ ନିଯୁକ୍ତି କରିବା, ଏକଉଣ୍ଟ ମାଧ୍ୟମରେ ଦରମା ପ୍ରଦାନ କରିବା, ପ୍ରୋପମାନ୍ସ ବୋନସ ପ୍ରୋତ୍ସାହନ କୁ ବନ୍ଦ କରିବା,୬ ମାସର ବକେୟା ରାଶି ପ୍ରଦାନ କରିବା ,କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ କରିବା ଓ ରାଜସ୍ୱ ଗ୍ରାମ ପାଇଁ ହିଁ ଥିବା ପ୍ରୋତ୍ସାହନ କୁ ବନ୍ଦ କରିବା ଦାବି ରହିଛି। କାର୍ଯ୍ୟରତ ମହିଳା କର୍ମୀଙ୍କୁ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ପ୍ରଦାନ ଦାବି ନେଇ ରାଜ୍ଯ ମହାସଂଘର ଆହ୍ବାନ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣା ଦେଇଛନ୍ତି। ବ୍ଲକ ରେ ଥିବା ୧୩ ଟି ପଞ୍ଚାୟତର ୭୬ ଜଣ କମୁନିଟୀ ସପୋର୍ଟ ଷ୍ଟାଫ ଗତ କାଲି ସ୍ଥାନୀୟ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ, ତହସିଲଦାର ଶ୍ରୀମତୀ ସୋନାଲି ପାତ୍ର ଓ ପୋଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଙ୍କୁ ଦାବି ପତ୍ର ପ୍ରଦାନ କରି ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇ ବସିଛନ୍ତି। ଆଜି ଠାରୁ ରାଜ୍ଯ ସରକାର ଦାବି ପୁରଣ ନ କରିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ସହିତ ମିଶନ ଶକ୍ତି କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବ୍ଲକ ସଭାପତି ଦେବନ୍ତି ଟାକ୍ରୀ, ସମ୍ପାଦକ ଜୟରୀ ହାରାକା ଓ କଷାଧକ୍ଷ ଜ୍ୟୋତି ସେନାପତି ଓ ଅନ୍ୟ ସମସ୍ତେ ସାମିଲ ହୋଇ ସୁଚନା ଦେଇଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

Maharaja Sri Krishna Chandra Gajapati Narayan Dev’s 134th Birth Anniversary Celebrated in Rayagada

masiha

ରାଇରଙ୍ଗପୁରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୀଦିଵସୀୟ ବାର୍ଷିକ କ୍ରୀଡା ଉତ୍ସଵ ଶୁଭ ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!