ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦି କର୍ମଯୋଗୀ ଅଭିଯାନ 

ଆଦି କର୍ମଯୋଗୀ ଅଭିଯାନ 

ରାଉରକେଲା: ଆଜି ଜିଲ୍ଲାପାଳ ‘ଆଦି କର୍ମଯୋଗୀ ଅଭିଯାନ’ ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ସାଲେପାଲି ପଞ୍ଚାୟତର ଡୁଡୁକି ଗାଁ ଓ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତର ବନ୍ଧପାଲି ଗାଁ ପରିଦର୍ଶନ କରିଥିଲେ ।ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା, ଅଗ୍ରଗତି ଏବଂ ଆଦି ସେବା କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଗ୍ରାମବାସୀ ଏବଂ ଆଦିବାସୀ ସମ୍ପ୍ରଦାୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ, ସେମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ତୃଣମୂଳ ସ୍ତରର ଯୋଜନାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ଜିଲ୍ଲାପାଳ ଆଦି ସେବା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ଏବଂ ସମ୍ପ୍ରଦାୟ ସ୍ତରରେ ଯୋଜନାଗୁଡ଼ିକର ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

masiha

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!