ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ଏକ ଜରୁରୀ ବୈଠକ

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ଏକ ଜରୁରୀ ବୈଠକ

ଅଦ୍ୟ ତା. 08.09.2024 ରିଖ ଦିବା 10 ଘଟିକା ସମୟରେ ବାଣୀବିହାର ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା |ଏହି ବୈଠକରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ପ୍ରଫେସର ଧ୍ରୁବାନନ୍ଦ ବେହେରା ସଭାପତିତ୍ୱ କରିଥିଲେ | ଏତତ ବ୍ୟତୀତ ଶ୍ରୀଯୁକ୍ତ ବଳରାମ ତରାଇ , ଶ୍ରୀଯୁକ୍ତ ରଜତ କୁମାର ବାରିକ,ନାରୀ ସଶକ୍ତିକରଣ ଗ୍ରୁପର ଉପସଭାପତି ସ୍ବୀଟି ସାହୁ,ସ୍ମିତା ଶ୍ରୀ ସାମଲ, ସୁଜାତା ରାଣୀ ପଣ୍ଡା , ଜ୍ୟୋସ୍ନା ମାଡାମ ଆଦି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ |ଆଗାମୀ ଅକଟୋବର ୧୪ ତାରିଖରେ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା |ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନର ଉନ୍ନତି ନିମିତ୍ତ ଆଲୋଚନା ମଧ୍ୟ କରାଯାଇ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ନିଷ୍ପତ୍ତି କରାଯାଇଥିଲା |ସର୍ବଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |ଆଜିର ଏହି ସଭା କାର୍ଯ୍ୟରେ ଉପରୋକ୍ତ ବ୍ୟକ୍ତିବିଶେଷ ବହୁ ମୂଲ୍ୟ ସମୟ ଦେଇ ଥିବାରୁ ଅନୁଷ୍ଠାନ ପକ୍ଷରୁ  ସେମାନଂକୁ  କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ମସିହା ନିୟୁଜ ସର୍ଭିସ୍ 

Related posts

ପଞ୍ଚାୟତ କାର୍ଯ୍ୟଳୟରେ ନାହାନ୍ତି ନିର୍ବାହୀ ଅଧିକାରୀ, ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

masiha

ଆଜାଦି କି ଅମୃତ ମହୋତ୍ସବ ଅବସରରେ ଚାରା ରୋପଣ

masiha

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀ ଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!