ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀଗଣେଶ ପୂଜା କମିଟି ଖଇରା ଓ ଲିଜେଣ୍ଡ ଲାୟନସ୍ କ୍ଲବ ଖଇରାର ଗଜାନନ ପୂଜା

ଶ୍ରୀଗଣେଶ ପୂଜା କମିଟି ଖଇରା ଓ ଲିଜେଣ୍ଡ ଲାୟନସ୍ କ୍ଲବ ଖଇରାର ଗଜାନନ ପୂଜା

ଖଇରା,୦୮/୯/୨୪ – ଜିଲ୍ଲା ଖଇରା ବ୍ଲକ ଦୁର୍ଗା ମଣ୍ଡପ ପରିସରରେ ଗଜାନନଙ୍କ ପୂଜା ଧୂମଧାମରେ ଚାଲିଛି । ଶ୍ରୀଗଣେଶ ପୂଜା କମିଟି ଏବଂ ଲିଜେଣ୍ଡ ଲାୟନସ୍ କ୍ଲବର କର୍ମକର୍ତ୍ତା ମାନଙ୍କ ଦ୍ବାରା ସୁନ୍ଦର ସାଜସଜ୍ଜା ସହିତ ପୂଜକଙ୍କ ମନ୍ତ୍ର ପାଠ ପୂଜା ମଣ୍ଡପକୁ ପ୍ରକମ୍ପିତ କରିଥିଲା । ସମସ୍ତ ସକ୍ରିୟ ମେମ୍ବର ମାନେ ଶାନ୍ତି ଶୃଙ୍ଖଳା ପ୍ରତି ଧ୍ଯାନ ଦେଇ କାର୍ଯ୍ୟ କରୁଥିବାର ଦୃଷ୍ଟି ଗୋଚର ହୋଇଥିଲା । ଭକ୍ତମାନେ କିପରି ସୁରୁଖୁରୁରେ ଦର୍ଶନ କରି ଫେରିବେ ସେଥିପାଇଁ କମିଟି ଓ କ୍ଲବର ସମସ୍ତ ସକ୍ରିୟ ମେମ୍ବର ମାନେ ନଜର ରଖିଥିଲେ । ଶ୍ରୀଗଣେଶ ପୂଜା କମିଟିର ସଭାପତି ଜ୍ଯୋତି ରଞ୍ଜନ ମହାପାତ୍ର ଓ ଲିଜେଣ୍ଡ ଲାୟନସ୍ର ସଭାପତି ବିସ୍ମୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି । ଆସନ୍ତା ୧୦ ତାରିଖ ଲିଜେଣ୍ଡ ଲାୟନସ୍ କ୍ଲବର ଭସାଣୀ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶ୍ରୀଗଣେଶ ପୂଜା କମିଟିର ଭସାଣୀ ଯାତ୍ରା ୧୩ ତାରିଖରେ ହେବ ବୋଲି ଉଭୟଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛି କମିଟି ଓ କ୍ଲବ । ଉକ୍ତ ପୂଜା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ପୂଜା ସ୍ଥଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହୋଇ ନଥିବାର ଖବର ସଂଗ୍ରହରୁ ଜଣାପଡିଛି । ଉଭୟ କମିଟି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶୈବ ପୀଠରେ କାଉଡିଆ ଙ୍କ ପ୍ରବଳ ଭିଡ ,୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚିଲିଗୁଡା କାଉଡିଆ ସଂଘ

masiha

ମଣିକଣ୍ଠ ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

masiha

ଚିଙ୍ଗୁଡିଖୋଲ ଠାରେ ନନ୍ଦୋତ୍ସବ ପାଳିତ 

masiha

Leave a Comment

error: Content is protected !!