ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ଠାରେ ଗର୍ଭ ସଂସ୍କାର ସମାପନ

ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ଠାରେ ଗର୍ଭ ସଂସ୍କାର ସମାପନ

ନବରଙ୍ଗପୁର:(୭|୯)(ରବି ନାରାୟଣ ମହାନ୍ତି)ରାଇଘର ଖୁଟୁଗାଁ ରୋଡ ସ୍ଥିତ ଗାୟତ୍ରୀ ଚେତନା କେନ୍ଦ୍ର ଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ ସହିତ ୪ଟି ପୁଂସବନ (ଗର୍ଭ) ସଂସ୍କାର ଏକ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ସମାପନ ହୋଇଯାଇଛି । ନୂଆପାରା ଗ୍ରାମର ପ୍ରନାଥ ଗଣ୍ଡ ଓ ଜ୍ୟୋତିକା ଗଣ୍ଡ, ଦେବାଗାଁ ଗ୍ରାମର ଭୂପେଶ ଗଣ୍ଡ ଓ ସାବିତ୍ରୀ ଗଣ୍ଡ, କାନାହାଣ୍ଡି ଗ୍ରାମର ମହେଶ ଗଣ୍ଡ ଓ ବେବିନା ଗଣ୍ଡ ଓ ତୁରୁପେନା ଗ୍ରାମର ବିଜୁ ଗଣ୍ଡ ଓ ଲୀଳାବତୀ ଗଣ୍ଡଙ୍କର ଗର୍ଭ ସଂସ୍କାର ଯଥାବିଧି ଭାବରେ ସମ୍ପନ୍ନ କରାଯିବା ସହିତ ସମସ୍ତ ମା ମାନଙ୍କୁ ଗୁରୁଦେବ ପୁସ୍ତକାଳୟ, ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ତରଫରୁ ଗୁରୁଦେବଙ୍କ ସତସାହିତ୍ୟ (ଆସନ୍ତୁ ସଂସ୍କାରବାନ ପିଢ଼ି ଗଢ଼ିବା) ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସକାଳ ୧୧ଟାରେ ସ୍ଥାନୀୟ ଟୋଲି ପରମହଂସ ମଣ୍ଡାବୀ, ଆଲୋକ ମାଣ୍ଡାବୀ ଓ ପ୍ରକାଶ ସାମଲଙ୍କ ଦ୍ୱାରା କର୍ମକାଣ୍ଡ ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ସମୟରେ ପୂର୍ଣ୍ଣାହୂତୀ ହୋଇଥିଲା । ଏହାପରେ ଗର୍ଭସ୍ଥ ଶିଶୁମାନେ ତେଜ, ଆୟୁ, ବଳ, ଉର୍ଜ୍ଜା, ଶକ୍ତି, ସାମର୍ଥ୍ୟ ବୃଦ୍ଧି ନେଇ ଜନ୍ମ ହେବାପାଇଁ ସମସ୍ତ ମା ମାନଙ୍କୁ ଅଭିମନ୍ତ୍ରିତ ଚରୁ ପ୍ରଦାନ କରାଯିବା ସହିତ ଗୁରୁଜନମାନେ ମଥାରେ ସିନ୍ଦୁର ଓ ତିଲକ ଲଗାଇ ଅକ୍ଷତ ପୁଷ୍ପ ବର୍ଷା କରାଇ ଆଶୀର୍ବାଦ କରିଥିଲେ । ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, ଦେବଗାଁର ମହିଳା ସ୍ବାସ୍ଥ୍ୟ କର୍ମୀ ସୁଶ୍ରୀ ପ୍ରତିମା ମାଝୀ ଏହି ବିଶେଷ ସଂସ୍କାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବହୁତ ଖୁସି ଅନୁଭବ କରିବା ସହିତ କହିଥିଲେ ଯେ, ମୋ କେନ୍ଦ୍ରରେ ୬୦ରୁ ଅଧିକ ଗର୍ଭବତୀ ମା ଅଛନ୍ତି। ମୁଁ ସେମାନଙ୍କୁ ଏହି ସଂସ୍କାର ବିଷୟରେ କହି ସମସ୍ତଙ୍କୁ ପୁଂସବନ ସଂସ୍କାର କରିବା ପାଇଁ ନିଶ୍ଚୟ କହିବି ଓ କରାଇବି ମଧ୍ୟ। ଅଖିଳ ବିଶ୍ଵ ଗାୟତ୍ରୀ ପରିବାର, ରାଇଘର ତରଫରୁ ଏହି ଚେତନା କେନ୍ଦ୍ରରେ ସବୁ ସମୟର ବିବାହ ସଂସ୍କାର, ବିବାହ ବାର୍ଷିକ ସଂସ୍କାର, ଜନ୍ମଦିବସ ସଂସ୍କାର, ଫୁସବନ ସଂସ୍କାର, ଅନ୍ନପ୍ରସନ ସଂସ୍କାର, ବିଦ୍ୟାରମ୍ଭ ସଂସ୍କାର ଓ ନାମକରଣ ସଂସ୍କାର ଭଳି ୧୦ଟି ସଂସ୍କାର ନିଃଶୁଳ୍କରେ କରାଯାଏ । ଏଥିରେ ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ପରିଚାଳନା କମିଟିର ବାହାଦୁର ପରଦେ, ରାମଜୀ ଗଣ୍ଡ, ସନ୍ତୋଷ ନେତାମ, ଅନାମ ମାଝୀ, ଲକ୍ଷ୍ମଣ ନାଗେଶ ଓ ରାଇମତି ଦିଦି ଉପସ୍ଥିତ ଥିବା ବେଳେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର, ରାଇଘରର କମଲସିଂ ରାଜପୁତ, ନମିତା ସ୍ୱାଇଁ, ଉଷା, ଜୟମଣି, ରୁକ୍ମଣୀ, ଦୁତିକା, ଫୁଲକୁମାର, ସୋମନାଥ ଓ ରବିସିଂ ବାବୁଜୀ ପୂର୍ଣ୍ଣ ସହଯୋଗ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାମେଶ୍ଵର ପୀଠରେ ମକରମେଳା ଓ ଷୋହଳ ପ୍ରହର ନାମ ଯଜ୍ଞ

Sunil Chandra Nayak

ରାଇରଙ୍ଗପୁର ; ପୂର୍ଣେଶ଼୍ବର ମନ୍ଦିରରେ ଧୂମଧାମରେ ଦିତୀୟ ବାର୍ଷିକ ଶିବ ପାର୍ବତୀ ଵିଵାହ ସମ୍ପନ୍ନ

masiha

ଭାଗବତ ଅଗଣାରେ ଭାଗବତ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!