ରାଇଘର ୨୦/୬ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ମୁଖ୍ୟ ଦପ୍ତର ଠାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଦୁଇ କିଲୋମିଟର ରୁ ଉର୍ଦ୍ଧ ଦୂରତା ପର୍ଯ୍ୟନ୍ତ ରଥ ଟଣା ବହୁ ଆଡମ୍ବର ସହିତ ସମାପ୍ତ ହୋଇଯାଇଛି |
ମଙ୍ଗଳବାର ଅପରାହ୍ନ ତିନିଟା ଠାରୁ ରଥ ଟଣା ଆରମ୍ଭ ହୋଇ ସଂଧ୍ୟା ସାତଟା ରେ ମାଉସୀ ମା ମନ୍ଦିର ରେ ରଥ ଅଟକି ରହିଥିଲା | ରଥଟଣା ସମୟ ରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ତରଫରୁ ସଂଗୀତ କୀର୍ତନ ଓ ହରେ କୃଷ୍ଣ ମହାମନ୍ତ୍ର ନାମ ଜପ ସହିତ ଗ୍ରାମ ଦେବୀ ମା ପେଣ୍ଡରାଣୀ ଙ୍କ ବିମାନ ଯାତ୍ରା ଅତି ମୋନହର ଥିଲା |
ଜଗନ୍ନାଥ ମନ୍ଦିର କମିଟି ତରଫରୁ ପ୍ରଚାର ପ୍ରସାର କରାଯାଇଥିଲା ଏକତା ସାମାଜିକ ସଂଗଠନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିଲା | ରଥ ଟଣା ରେ ରାଇଘର ଅଂଚଳର ହଜାର ହଜାର ଭକ୍ତ ଙ୍କ ସମାବେଶ ବଡଦାଣ୍ଡ କୁ ଅତି ମୋନହର କରୁଥିଲା |
ଅଂଚଳ ର ତିନି ଚାରି ଗୋଟି ସ୍ଥାନରେ ରଥ ଟଣା ଶାନ୍ତି ପୁର୍ଣ ଭାବରେ ସମାପ୍ତ ହୋଇଥିଲା | ରାଇଘର ଥାନା ଅଧିକାରୀ ଙ୍କ ସମେତ ସମସ୍ତ ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସହ ଅଗ୍ନି ସେବା ଶ୍ରମ ବିଭାଗ ଓ ବିଦ୍ୟୁତ ବିଭାଗ ତରଫରୁ ସହଯୋଗ କରିଥିଲେ | ଆସନ୍ତା ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ମାଉସୀ ମା ମନ୍ଦିର ପ୍ରାଙ୍ଗଣ ରେ ଅନ୍ନ ପ୍ରସାଦ ସେବନ ସହିତ ପ୍ରତି ଦିନ ସଂଧ୍ୟା ରେ ଭଜନ କୀର୍ତନ କାର୍ଯ୍ୟ କ୍ରମ ଚାଲୁ ରହିବ ବୋଲି କମିଟି ତରଫରୁ ଘୋଷଣା କରାଯାଇଛି |
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍


