ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ 

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ 

ବାଲିଗୁଡା, ତା, ୧୬/୦୫: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ମନ୍ଦିର ପରିସରରେ ସାବିତ୍ରୀ ବ୍ରତ ମହାସମାରୋହ ରେ ପାଳନ ହୋଇଯାଇଛି l ଶନିବାର ସାବିତ୍ରୀ ଅମାବାସ୍ୟା ଅବସରରେ ମା’ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସାବିତ୍ରୀ ଅମାବାସ୍ୟା ବ୍ରତ ଯୋଗୁଁ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କର ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ଏ ନେଇ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର ସମସ୍ତ ସଦସ୍ୟ, ପୂଜକ ତଥା ଭକ୍ତ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ତାରାଗାଁ ଠାରେ ଆରମ୍ଭ ହେଲା ଗ୍ରାମଦେବୀ ମା ଠାକୁରାଣୀଙ୍କ ଘଟ ଯାତ୍ରା 

କୁମ୍ଭାରିଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ଆୟୋଜିତ

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

Leave a Comment

error: Content is protected !!