ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦଙ୍କ ଯୋଗଦାନ 

ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦଙ୍କ ଯୋଗଦାନ 

ନବରଙ୍ଗପୁର:(ତା ୨୬/୦୮)-ଜିଲ୍ଲାର ପୂର୍ବତନ ସାଂସଦ ରମେଶ ମାଝୀ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ ଓ କିଛି ଦଳୀୟ କର୍ମୀଙ୍କ ସହ ଆଜି ପ୍ରାତଃ ପାଞ୍ଚ ଘଣ୍ଟା ସମୟରେ ମହିମା ଧର୍ମାବଲମ୍ବୀ ମାନଙ୍କ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତ ମହିମା ଧର୍ମାବଲମ୍ବୀ ଭକ୍ତ ମାନଙ୍କୁ ନୁଆଁଖାଇ ଶୁଭେଚ୍ଛା ଜଣେଇଛନ୍ତି |ଝରୀଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅଧିନସ୍ଥ ଛୋଟାଗୁଡା ଗ୍ରାମରେ ଥିବା ମହିମା ମଠରେ ଆଜି ଅଞ୍ଚଳର ମହିମା ଦୀକ୍ଷାଧାରୀ ଭକ୍ତମାନଙ୍କ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଯୋଗଦେଇ ନବାନ୍ନ ଭକ୍ଷଣ କରିଛନ୍ତି |ସାଧୁ ଯଦୁମଣି ଦାସ, ରାମ ଦାସ, ଗୋବର୍ଧନ ଦାସ, ରୁଷି ଦାସ, ଧନଞ୍ଜୟ ଦାସ, ସୁଦର୍ଶନ ଦାସ ଆଦି ସାଧୁମାନେ ଉପସ୍ଥିତ ରହି ଅଖଣ୍ଡ ବ୍ରହ୍ମ ଧୁନୀ ଜାଳିବା ସହ ସପ୍ତାମୃତ ପଣା ଅର୍ପଣ ପୂର୍ବକ ଭକ୍ତ ମାନଙ୍କୁ ନବାନ୍ନ ଅର୍ପଣ କରିଛନ୍ତି |ଭିକାରୀ ତ୍ୟାଗୀ, ପ୍ରଶାନ୍ତ ତ୍ୟାଗୀ, ଗୁପ୍ତ ତ୍ୟାଗୀ, ବସନ୍ତ ତ୍ୟାଗୀ, ସଦା ବଡଭାଇ, କେଛ ଅଧିକାରୀ, ନକୁଳ ଟହଲିଆ, ଶୁକଦାସ ସଭାପତି, ରତନ ଭକ୍ତ, ଅମିନ ଭକ୍ତ, କୁମ ଭତରା, ସରପଞ୍ଚ ଜୟମଣି ଗଣ୍ଡ,ସମିତି ସଭ୍ୟ ତମ୍ବୁଦାସ ପନକା ଓ ଗ୍ରାମର ସମସ୍ତ ଜଗତ ଭଗତ ଉପସ୍ଥିତ ରହି ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି |

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: ବ୍ରହ୍ମପୁରର ଭଜନ ସନ୍ଧ୍ୟାରେ ଝୁମିଲେ ଭକ୍ତ ଓ ଦର୍ଶକ 

Sunil Chandra Nayak

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

Sunil Chandra Nayak

Leave a Comment

error: Content is protected !!