ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

ଲାଞ୍ଜିଗଡ, ୧୦/୦୯(ମନିସ)- ଆକର୍ଷଣୀୟ ଓ ଭବ୍ୟ ପ୍ରତିମୂର୍ତ୍ତି ସହିତ ଆଖି ଝଲସା ସାଜସଜ୍ଜା ଯୋଗୁଁ ଏଥର ନିଆରା ଲାଗୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗଣେଶ ପୂଜା। ପାଞ୍ଚଦିନ ବ୍ୟାପି ହେଉଥିବା ଏହି ପୂଜାକୁ ନେଇ ବିଶ୍ୱନାଥପୁର ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି। ବିଶ୍ୱନାଥପୁରର ଅଗ୍ରଣୀ ଯୁବ ସଂଗଠନ ଜେ. ଜେ ଗ୍ରୁପ ଦ୍ୱାରା ପାଳିତ ହେଉଥିବା ଏହି ପୂଜନୋତ୍ସବରେ ଭବ୍ୟ ପୂଜାର୍ଚ୍ଚନା ସହିତ ସକାଳ ଓ ସନ୍ଧ୍ୟା ଆଳତି, ଭୋଗରାଗ ଲାଗି ହେଉଛି। ଅଗ୍ରପୂଜ୍ୟ ଗଜାନନଙ୍କ ଏହି ଭବ୍ୟ ପୂଜାରେ ସାମିଲ ହେବାକୁ ପ୍ରତ୍ୟହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଜେ.ଜେ ଗ୍ରୁପର ସଭାପତି ଦେବାଶିଷ ନାଗ ଓ ଉପସଭାପତି ପ୍ରସାଦ ବେହେରା ତଥା ଗ୍ରୁପର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ପୂଜନୋତ୍ସବ ଅଞ୍ଚଳରେ ଭାବଭକ୍ତି ଓ ଅପୂର୍ବ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଛି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ , ଅପ୍ରେଲ ସାତ ତାରିଖ ରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା

Sunil Chandra Nayak

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

masiha

କୋଇଡାରେ “ସିଟୁ” ପକ୍ଷରୁ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!