ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

ଲାଞ୍ଜିଗଡ, ୧୦/୦୯(ମନିସ)- ଆକର୍ଷଣୀୟ ଓ ଭବ୍ୟ ପ୍ରତିମୂର୍ତ୍ତି ସହିତ ଆଖି ଝଲସା ସାଜସଜ୍ଜା ଯୋଗୁଁ ଏଥର ନିଆରା ଲାଗୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗଣେଶ ପୂଜା। ପାଞ୍ଚଦିନ ବ୍ୟାପି ହେଉଥିବା ଏହି ପୂଜାକୁ ନେଇ ବିଶ୍ୱନାଥପୁର ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି। ବିଶ୍ୱନାଥପୁରର ଅଗ୍ରଣୀ ଯୁବ ସଂଗଠନ ଜେ. ଜେ ଗ୍ରୁପ ଦ୍ୱାରା ପାଳିତ ହେଉଥିବା ଏହି ପୂଜନୋତ୍ସବରେ ଭବ୍ୟ ପୂଜାର୍ଚ୍ଚନା ସହିତ ସକାଳ ଓ ସନ୍ଧ୍ୟା ଆଳତି, ଭୋଗରାଗ ଲାଗି ହେଉଛି। ଅଗ୍ରପୂଜ୍ୟ ଗଜାନନଙ୍କ ଏହି ଭବ୍ୟ ପୂଜାରେ ସାମିଲ ହେବାକୁ ପ୍ରତ୍ୟହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଜେ.ଜେ ଗ୍ରୁପର ସଭାପତି ଦେବାଶିଷ ନାଗ ଓ ଉପସଭାପତି ପ୍ରସାଦ ବେହେରା ତଥା ଗ୍ରୁପର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ପୂଜନୋତ୍ସବ ଅଞ୍ଚଳରେ ଭାବଭକ୍ତି ଓ ଅପୂର୍ବ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଛି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

୮୩ ବର୍ଷର ଐତିହ୍ୟ , ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା 

Sunil Chandra Nayak

ଜୟପାଟଣା ରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

Sunil Chandra Nayak

ପରମ୍ପରା ଓ ଧର୍ମବିଶ୍ଵାସ…  ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା ଶେଷ….

masiha

Leave a Comment

error: Content is protected !!