ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୂ ଦିବସ ପାଳିତ 

ଗୁରୂ ଦିବସ ପାଳିତ 

 ମୟୂରଭଞ୍ଜ – ୬/୦୯ ( ମସିହା) ସ୍ଥାନୀୟ ପାଡିଆ ଧର୍ମଶାଳାରେ ବିହାରୀ ଏକତା ସଂଘ ରାଇରଙ୍ଗପୁର, ଛଠ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ରାଇରଙ୍ଗପୁର ଏବଂ ସାହିତ୍ୟିକ ଓ ସାଂସ୍କୃତିକ ସଙ୍ଗଠନ “ହିନ୍ଦୀ ଭାଷୀ” ର ମିଳିତ ଆନୁକୁଲ୍ଯ ରେ ଆୟୋଜିତ ହୋଇ ଯାଇଛି ପବିତ୍ର ଗୁରୁ ଦିବସ। ସର୍ବ ପ୍ରଥମେ ମହାମହିମ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଧୁପ ଦୀପ ଓ ପୁଷ୍ପାଞ୍ଜଳୀ ପରେ ଏକସୁରରେ ଜୟଧ୍ବନୀ ପ୍ରଦାନ କରାଯାଇଥିଲା। ଆବାହକ ବିଜୟ ରାମଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ ପରେ ବିଭିନ୍ନ ସଂଗଠନର ହିଂଦୀ ଭାଷୀ ସଦସ୍ଯ ମାନଙ୍କ ଦ୍ବାରା ବକ୍ତବ୍ଯ ରଖାଯାଇ ଥିଲା। ସମାଜ ସେବୀ ଶ୍ରା ଲକ୍ଷ୍ମଣ ପାଡିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ରାଜେଶ ପ୍ରଜାପତି ସ୍ବାଗତ ସଂଭାଷଣ ପ୍ରସ୍ତୁତ କରିଥିଲେ। ଆଇ ଟି ଆଇ ପ୍ରଶିକ୍ଷକ ଅଭିମନୁ ପ୍ରସାଦ,କେରଳା ପବ୍ଲିକ ସ୍କୁଲର ହିଂଦୀ ଶିକ୍ଷିକା ସନ୍ତୋଷୀ ରାମ,ସରସ୍ଵତୀ ବିଦ୍ୟାମନ୍ଦିର ର ବରିଷ୍ଠ ଶିକ୍ଷିକା ନିଶା ପ୍ରଜାପତି, ସମାଜ ସେବୀ ଆଲୋକ ଅଗ୍ରବାଲ, ଅନୀଲ ପାଡିଆ, ଲୋକନାଥ ମହଲା,ଅଙ୍କିତ ପାଡିଆ, ବୈଦ୍ୟନାଥ ସାଓ, ମନୋଜ ସିଂହ, କୃଷ୍ଣମୁରାରୀ ଜୟସବାଲ,ଅଧ୍ୟାପକ ରାଜେଶ ରାମ ଉପସ୍ଥିତ ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ଥିଲେ।ପଣ୍ଡିତ ଅବଧେଶ ମିଶ୍ର ଶ୍ରୀ ରାଧାକୃଷ୍ଣଙ୍କ ଜୀବନୀ ଉପରେ ସୁନ୍ଦର ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ୪୨ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଉଦଯାପିତ 

masiha

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

ଷୋଳପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!