ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

 ରାଇଘର ୧୮/୪(କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଲ୍ୟାମ୍ପ ଘେରାଓ ଘଟଣା ରେ ଶୁକ୍ରବାର ତଦନ୍ତ କଲେ ଜିଲା ଅଧିକାରୀ । ଚଳିତ ବର୍ଷ ଖରିପ ଋତୁରେ ରାଇଘର ବ୍ଲକର ଶତାଧିକ ଚାଷୀ ଧାନ ମଣ୍ଡିରେ ଧାନ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଧାନ ଟଙ୍କା ପାଇ ନାହାଁନ୍ତି, ମଣ୍ଡିରେ ଧାନ ଦେଇ ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀ ଟଙ୍କା ପାଇ ନାହାଁନ୍ତି। ଚାଷୀ ରେଜିଷ୍ଟ୍ରସନ କରିବା ପରେ ଜାନୁଆରୀ, ଫେବୃଆରୀ ମାସରୁ ମଣ୍ଡିକୁ ଧାନ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାଁନ୍ତି, ବାରମ୍ବାର କାର୍ଯ୍ୟାଳୟ କୁ ଯାଇ ହତାଶ ହେବା ପରେ ଚାଷୀ ଲ୍ୟାମ୍ପ ଘେରାଓ କରିଥିଲେ । ସେହି ଘଟଣା ରେ ଶୁକ୍ରବାର ଜିଲା ଏଆରସୀଏସ ନବରଙ୍ଗପୁର ଶିବ ଶଂକର ପ୍ରଧାନ , ଏସୀଏସଓ ନବରଙ୍ଗପୁର ବିଷ୍ଣୁ ପ୍ରସାଦ ପ୍ରଧାନ,ଏସୀଏସଓ ପୂର୍ଣ ଚନ୍ଦ୍ର ଦାସ‌ ଓ ରାଇଘର Mi ଦେବଧର ଧରୁଆ ତଦନ୍ତ କରିଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ୩୪୪ ଜନ ଚାଷୀଙ୍କ ୧୪,୨୦୦ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା ୪ କୋଟି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚାଷୀ ପାଇ ପାରି ନାହାଁନ୍ତି। ଏ ନେଇ ତଦନ୍ତ ଅଧିକାରୀ ତଦନ୍ତ ରିପୋର୍ଟ ଜିଲାପାଳ ଙ୍କୁ ଦିଆଯିବ କହିଥିବା ବେଳେ ରାଇଘର ପଂଚାୟତ ସିମିତି ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଂକାର ତଦନ୍ତ ଅଧିକାରୀ ଙ୍କ ସହ ଅଲୋଚନା କରି ସାତ ଦିନ ମଧ୍ୟରେ ସମାଧାନ ହେବ ବୋଲି ଚାଷୀଙ୍କୁ ଜଣାଇଥିଲେ ।

Related posts

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

masiha

ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

masiha

Leave a Comment

error: Content is protected !!