ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ 

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ 

ନବରଙ୍ଗପୁର:( ତା ୦୫/୦୯/୨୦୨୪ ରିଖ)(ରବି ନାରାୟଣ ମହାନ୍ତି (ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ କରାଯାଇଥିଲା | ମୁଖ୍ୟ ଅତିଥି ତଥା ସଭାପତି ଶ୍ରୀ ଅବନୀ କୁମାର ତ୍ରିପାଠୀ ଯୋଗ ଦେଇ ଗୁରୁଦିବସର ମହତ୍ତ୍ଵ ଓ ଉର୍ଦ୍ଧ୍ବଶ୍ୟ ବିଷୟରେ ବ୍ୟକ୍ତ କରିଥିଲେ | ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଦାର୍ଶନିକ, ଶିକ୍ଷାବିଦ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ଭାରତରେ ସର୍ବତ୍ର ଗୁରୁଦିବସ ପାଳନ କରାଯାଏ ବୋଲି ଭାଷଣ ପ୍ରସଙ୍ଗରେ କହିଥିଲେ | ଅନ୍ୟ ଏକ ଶିକ୍ଷାଧିକରୀ ଶ୍ରୀମତୀ ନମିତ ଘଡେଇ ମହାପାତ୍ର ମଧ୍ୟ ଶିଶୁ ମାନଙ୍କୁ ଗୁରୁଙ୍କ ମାର୍ଗ ଅନୁସରଣ କରିବା ପାଇଁ ଉଦବୋଧନ ଦେଇଥିଲେ ଅର୍ଜୁନ,ଏକଲବ୍ୟ ଓ ଶିବାଜୀଙ୍କ ପିଲାଦିନର କଥା ମନେ ପକେଇ ସେମାନଙ୍କ ଭଳି ଗୁରୁଭକ୍ତ ହେବା ବୋଲି ଶିଶୁ ମାନଙ୍କୁ କହିଥିଲେ | ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ଗୁରୁଜୀ ଓ ଗୁରୁମାଙ୍କୁ ପୂଜନ କରିଥିଲେ | ପ୍ରଧାନ ଗୁରୁଜୀ ଶ୍ରୀ ରବି ଶଙ୍କର ସାହୁ, ଗୁରୁଜୀ ବ୍ରଜ କିଶୋର, ଜ୍ୟୋତି, ଚଞ୍ଚଳା, ମିନାକ୍ଷୀ, କବିତା, ଅନୁ, ଶୁଭଶ୍ରୀ, ଗୀତା, ସୁମିତା, ପ୍ରିୟଙ୍କା ଓ ଉର୍ମିଳା ଗୁରୁମା ଯୋଗ ଦେଇ ସାହାର୍ଯ୍ୟ ଓ ସହଯୋଗ କରିଥିଲେ | ପରିଶେଷରେ ସମସ୍ତ ଛାତ୍ରଛତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

ଶିକ୍ଷଣ ବ୍ୟବସ୍ଥା କୁ ନୂତନ ରୂପରେ ଶିକ୍ଷା ଦେବା ଉପରେ ତାଲିମ

Sunil Chandra Nayak

ଓଡିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!