ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ରେ ଦିବଙ୍ଗତ ଜନନେତା ନଳିନୀକାନ୍ତ ମହାନ୍ତିଙ୍କ ଦ୍ଵାଦଶ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

ରାଜନଗର ରେ ଦିବଙ୍ଗତ ଜନନେତା ନଳିନୀକାନ୍ତ ମହାନ୍ତିଙ୍କ ଦ୍ଵାଦଶ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

ରାଜନଗର_୨୦.୪.୦୨୪ ଆଜକୁ ଠିକ୍ ବାରବର୍ଷ ତଳେ ଆପଣ ଆକାଶର ତାରା ହୋଇ ସେହି ତାରାର ଚିକିମିକି ରୋଷଣୀରେ ଏଵେବି ଝଲସୁଛନ୍ତି, ଆପଣଙ୍କୁ ଏଠି ଝୁରୁଛି ମାଟି ଓ ପବନ,ଛାଡିଯାଇଥିଵା ସ୍ନେହ ଶ୍ରଦ୍ଧା,ପ୍ରେମ,ବିକାଶର ପ୍ରତିକ ଗୋଟାଇ ଥିବା ଏହି ଜନମାନସ ମୁଖରୁ ଶୁଣିବାକୁ ମିଳୁଛି “ନଳିନୀ ମହିନ୍ତୀ ଅମର ରହେ” ଲୋକମାନଙ୍କର ଏହି କରୁଣ ଭରା ଶ୍ରଦ୍ଧାଞ୍ଜଳୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋପାଳପୁର ତ୍ରୀନାଥ ଵଜାର ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ଦିବଙ୍ଗତ ମହାନ ଜନନାୟକ ତଥା ରାଜନଗର ନିର୍ବାଚନ ମଣ୍ଡଳୀର‌ ରିଅଲ ହିରୋ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କର ଆଜି ଥିଲା ଦ୍ବାଦଶ ତମ ଶ୍ରାଦ୍ଧବାର୍ଷିକୀରେ‌ ଭକ୍ତିପୂତ ଶ୍ରଦ୍ଧାଂଜଳି ଉତ୍ସବ।ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ମହିମା ଅଲେଖ ସାଧୁମାନଙ୍କ ଦ୍ବାରା ରାତିତମାମ ହୋମ ଯଜ୍ଞ ହେବାସହ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।ଆଜି ତାଙ୍କର ସୁ ପୁତ୍ର ଅଂଶୁମାନ ମହାନ୍ତି ଅଖଣ୍ଡର ପୂର୍ଣ୍ଣାହୁତି କରି ପିତାଙ୍କ ଷ୍ଟାଚୁମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ପରେ ହସୁଆ କଳାପ୍ରତିଷ୍ଠାନ ପକ୍ଷରୁ ଭଜନ ସମାରୋହ ସହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଧାୟକ ଶ୍ରୀଯୁକ୍ତ ଧୃବ ସାହୁ ଯୋଗଦେଇ ନଳିନୀ ମହାନ୍ତି ଙ୍କ ‌ମୂର୍ତ୍ତୀରେ ପୂଷ୍ପମାଲ୍ୟ ଦେଇ ଭକ୍ତୀପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ତାଙ୍କର ସ୍ମୃତି ଚାରଣ କରି କହିଥିଲେ ସ୍ବର୍ଗତ ନଳୀନ ମହାନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଆନୁଗତ୍ୟ ଥିଲେ। ମୁଁ ମଧ୍ୟ ସ୍ଵର୍ଗତ ନଳିନୀ ମହିନ୍ତୀ ଙ୍କ ଠାରୁ ରାଜନୀତି ଶିକ୍ଷିଛି ସେ ମୋ ଗୁରୁ। ‌ଯେମିତି ସ୍ବର୍ଗତ ମହାନ୍ତି ‌ଚେଷ୍ଟା କରି ଚାଲିଥିଲେ ପ୍ରବାଦ ପୁରୁଷ ବିଜୂ ପଟ୍ଟନାୟକଙ୍କ ସ୍ଵପ୍ନର ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି,ସେହିପରି ବିଜୁବାବୁଙ୍କ ବିକଶିତ ସ୍ବପ୍ନ ଓ ନଳିନୀ ମହାନ୍ତିଙ୍କ‌ ଅଧୁରା ବିକାଶକୁ ବିଗତ ପାଞ୍ଚ ଵର୍ଷ ମଧ୍ୟରେ ବହୁତ କିଛି ସମ୍ଭବ କରି ପାରିଛି। ଏବେ ତାଙ୍କର ସୁ ପୂତ୍ର ଅଂଶୁମାନ ମୋ ସହିତ ଅଛି ‌ଆମେ ଦୁଇଭାଇ ରାଜନଗର ପଟ୍ଟାମୁଣ୍ଡାଇ ନୀର୍ଵାଚନ ମଣ୍ଡଳୀରେ ବିକାଶ କରିପାରିଲେ ତାହା ‌ଦିବଙ୍ଗତ ନଳିନୀ ମହାନ୍ତିଙ୍କ‌ ପାଇଁ ହେଵ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବିଧାୟକ ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜନଗର ଓ ପଟ୍ଟାମୁଣ୍ଡାଇରୁ ବ୍ଲକ ଚେୟାରମେନ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗ ଦେଇ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ହଜାର ହଜାର ଲୋକଙ୍କୁ ଦହିପଣା ଯୋଗାଇ ଦିଆଯିବା ସହ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥୀଲା। ବରିଷ୍ଠ ନେତା ଦେବେନ୍ଦ୍ର ଜେନାଙ୍କ ନେତୃତ୍ବରେ ରାଜନଗର ନଳିନୀ ସେନାଙ୍କ ପରିଚାଳନାରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୪ ଅନୁଷ୍ଠିତ 

masiha

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

masiha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!