ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣି ଜରାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ ଦୂର ହେବ କୃଷକଙ୍କ ସମସ୍ୟା ଉପକୃତ ହେବେ ୫ଶହରୁ ଅଧିକ ଚାଷୀ

ଚିଲିଗୁଡା( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଠାରେ ଚାଷୀ ମାନଙ୍କ ସୁବିଧା ପାଇଁ ଏକ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦଘାଟିତ ହୋଇଯାଇଛି ।ଏହାକୁ ଭବାନୀ ପାଟଣା ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂତନ ପେକ୍ସ କୁ ଉଦଘାଟନ କରିଥିଲେ ।ଏଥିରେ ଜିଲ୍ଲା ପରିଷଦ ଉପାଧକ୍ଷ। ଶ୍ରୀମତୀ ସୁଧିରା ମେହେର ,ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ,ଆତ୍ମାର ଅଧକ୍ଷ ଅଶୋକ ପଟ୍ଟନାୟକ , ବି ସି ସି ବ୍ୟାଙ୍କ ନିର୍ଦେଶୀକା ମନୀଷା ସାହୁ ,ପୂର୍ବତନ ଏ ନ ଏ ସି ଅଧକ୍ଷା ବିଜୟ ଲଷ୍ମୀ କନ୍ଦ ପାନ ,ବଣି ଜରା ସରପଞ୍ଚ ଦିବ୍ୟ।ଭାରତୀ ଲହଜଳ , ପ୍ରକୃତି ବନ୍ଧୁ ଗୋପୀ ନାଥ ଶବର ,ଶିକ୍ଷାବିତ ଦିଲିପ କୁମାର ମେହେର ,ବାଲ୍ମୀକି ନ।ଏକ ,ଘାସିରାମ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଚାଷୀମାନଙ୍କ ସମସ୍ୟା ଉପରେ ଅବଗତ କରିଥିଲେ । ବର୍ତ୍ତମାନ ନୂତନ ପେକ୍ସ କମିଟିର ସଭାନେତ୍ରୀ ଭାବରେ ଶ୍ରୀମତୀ ସୁଦଶ। ଶବର ରହିଥିବା ବେଳେ ସମ୍ପାଦିକା ଭାବରେ ଶ୍ରୀ ମତି ଜୁଳିତା ମେହେରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ଏଥିରେ ସଭ୍ୟ ଭାବରେ ଡମ୍ବରୁ ଧର ଭୋଇ ,ବିପିନ ବିହାରୀ ଶବର ,ନି ତେଶ ମେହେର ,ଲବଣି ମେହେର ,ସୁଦୀପା ମେହେର ,କୁନି ମଙ୍ଗରାଜ ,ଅମିନତାଞ୍ଜଳି ନ।ଏକ ,ଲଳିତ ମଙ୍ଗରାଜ ,ବାସନ୍ତୀ ନ।ଏକ ,କ୍ଷେତ୍ର ନ।ଏକ ,ବିଭୁ ପୁଝ।ରି ,ଜିମୁତ। ମେହେର ,ମଞ୍ଜୁମାଲ। ମେହେର ଏବଂ ଚମ୍ପେ ପଟେଲ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ଏହି ନୂତନ ପେକ୍ସ କାର୍ଯ୍ୟକାରୀ ପରେ ଚାଷୀ ମାନେ ଅନେକ ସୁବିଧା ପାଇପାରିବେ ।ବିଶେଷ କରି ସବ୍ସିଡି ମାଧ୍ୟମରେ ବିହନ ,ସାର ଭଳି ବିନା ସୁଧରେ ଋଣ ପ୍ରଦାନ ର ସୁବିଧା ସୁଯୋଗ ଚାଷୀମାନେ ପାଇପାରିବେ ।ପୂର୍ବରୁ ୬ କିମି ଦୂର ମୁଣ୍ଡରା ଗୁଡା ପେକ୍ସ ଅଧୀନରେ ଏହି ବଣି ଜରା ପଞ୍ଚାୟତ ଜଡିତ ହୋଇଥିଲା ।ବର୍ତ୍ତମାନ ନିଜ ପଂଚାୟତରେ ଏହି ନୂତନ ପେକ୍ସ ହୋଇଥିବାରୁ ପଂଚାୟତର ବଣି ଜରା ,କର୍ଲ।କୋଟ ,କୁଟେନ ଗାଁ ,ବାରବେସାଲ ,ପୁରୁଣା ସର ଏବଂ କୋଦୋ ଗୁଡା ଗ୍ରାମର ଚାଷୀମାନେ ସୁବିଧା ପାଇପାରିବେ ।ଏହି ପେକ୍ସ ମଧ୍ୟରେ ପ୍ରାୟ ୪୩ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବାର ବ୍ୟବସ୍ଥା ରହିଛି ଏବଂ ୫ ଶହ ଚାଷୀ ଉପକୃତ ହୋଇପାରିବେ । ଆଜିର ଏହି ଉଦଘାଟନ ସମାରୋହରେ ଆୟୋଜକ ଘାସିରାମ ମେହେର ,ମଦନ ସୁନ୍ଦର ମେହେର ,ଚକ୍ରଧର ମାଝି ,ବୈକୁଣ୍ଠ ମେହେର ,ଭବାନୀ ଶଙ୍କର ହଂସ ,ରଶ୍ମିରଞ୍ଜନ ଶବର ,ଲଳିତ ଛତ୍ରିଆ ,ରାମ ପ୍ରସାଦ ବିହାର ,ଦେବେନ୍ଦ୍ର ମେହେର ,ଦୁଷ୍ମନ୍ତ ମେହେର ,ହିମାଂଶୁ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

Sunil Chandra Nayak

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ହିନ୍ଦୀ ଦିବସ ପାଳନ

masiha

Leave a Comment

error: Content is protected !!