ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଆର ଏମ ସି କର୍ମଚାରୀ ଓ ପ୍ରସିଦ୍ଧ କଳାକାରଙ୍କ ପରଲୋକ

ଜୁନାଗଡ଼ , ୨୮/୨(ମ ନି ସ) -ଜୁନାଗଡ଼ ସହରର ଅବସର ପ୍ରାପ୍ତ ଆରଏମସି କର୍ମଚାରୀ ତଥା ପ୍ରସିଦ୍ଧ କଳାକାର ଆଦିତ୍ୟ ପଣ୍ଡା ଙ୍କ ଦେହାନ୍ତ ନିଜ ବାସଭବନରେହୋଇ ଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା l ମୃତ୍ୟୁ ସମୟରେ ତାଙ୍କ ପାଖରେ ଦୁଇ ପୁଅ, ତିନି ଝିଅ ,ପରିବାର ଏବଂ ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ l ଜୁନାଗଡ଼ ସହର ହାତୀ ନଦୀ ନିକଟସ୍ଥ ସ୍ମଶାନ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ବଡ ପୁଅ ଭାରତ ଭୂଷଣ ପଣ୍ଡା ମୁଖାଗ୍ନି ଦେଇଥିଲେ l ସ୍ବର୍ଗତ ପଣ୍ଡା ୧୯୬୨ମସିହାରୁ୨୦୦୦ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅର ଏମ ସି ରେ କାର୍ଯରତ ଥିଲେ l ଏହା ସହ ସେ ଜଣେ ନାଟ୍ୟ କଳାକାର, କବି ,ଲେଖକ ଏବଂ ସଙ୍ଗୀତଜ୍ଞ ମଧ୍ୟ ଥିଲେ lବିଭିନ୍ନ ସଂଗଠନ ସହିତ ଜଡିତ ରହି ସେ ବେଶ ଲୋକପ୍ରିୟ ହୋଇପାରିଥିଲେ। ଅନ୍ତିମ ସତ୍କାର ସମୟରେ ପରିବାର ବର୍ଗ ,ବନ୍ଧୁପରିଜନ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ସେ ଜଣେ ମିଷ୍ଟଭାସି ଓ ପରୋପକାରୀ ଥିଲେ।ତାଙ୍କ ବିୟୋଗରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲୟନ ମଣିକଚାନ୍ଦ ଅଗ୍ରୱାଲ,ସମାଜସେବୀ ବେଦପ୍ରକାଶ ଗୋଏଲ, ନଗରପାଳ ମୁକେଶ ଅଗ୍ରୱାଲ,ସାମ୍ବାଦିକ ସଂଘ ସଭାପତି ହିମାଂଶୁ ବରାଡ଼, ସମ୍ପାଦକ ନରେନ୍ଦ୍ର କ୍ଷୀତି,ସମାଜସେବୀ ଦୁର୍ଗାପ୍ରସାଦ ନାଏକ,ସ୍ବେଚ୍ଛାସେବୀ ଅଶୋକ ପଟନାଏକ,ଶିକ୍ଷକ ସଂଘ ସଭାପତି ସରୋଜ ପଣ୍ଡା, ସମୀର ସାହୁ, ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

୧- ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର , ୨- ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

masiha

ଦେଓମାଳି ପାଇଁ ଆଗେଇ ଆସିଲା ଜିଲ୍ଲା ପ୍ରଶାସନ, ଦେଓମାଳି ସୁରକ୍ଷା ଓ ସ୍ୱେଚ୍ଛତା କୁ ଦେଲେ ଗୁରୁତ୍ୱ

masiha

ଭାରତୀୟ ମଜଦୁର ସଂଘ ପକ୍ଷରୁ ଆପୋଲୋ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ

Leave a Comment

error: Content is protected !!