ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ: ୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ: ୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

ରାୟଗଡ଼, ତା. ୪ ଅଗଷ୍ଟ: ଜିଲ୍ଲାରେ ଆଇନର ଶାସନ ସୁନିଶ୍ଚିତ କରିବା ଏବଂ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ଦ୍ୱାରା ଆଜି ଏକ ଅଚାନକ ପରିଦର୍ଶନ କରାଯାଇଥିଲା। ପରିଦର୍ଶନ ସମୟରେ ଜନତା ଗାଁ ନିକଟରେ ୬ଟି ବଳଦ ବୋଝେଇ ଯାଉଥିବା ଏକ ଗାଡ଼ିକୁ ଜବତ କରାଯାଇଥିଲା। ଏହାପରେ ଜନତା ଗାଁରୁ ଫେରୁଥିବା ବେଳେ ଘାଟି ଅଞ୍ଚଳରେ ସନ୍ଦେହଜନକ ଭାବେ ସାର ବୋଝେଇ ଯାଉଥିବା ଏକ ଟ୍ରକକୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା। ପ୍ରାଥମିକ ଯାଞ୍ଚ ପରେ ଉକ୍ତ ଟ୍ରକକୁ ମଧ୍ୟ ଜବତ କରାଯାଇଥିଲା।ଜବତ ହୋଇଥିବା ଉଭୟ ଗାଡ଼ିକୁ ପରବର୍ତ୍ତୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାୟଗଡ଼ ପୋଲିସଙ୍କ ନିକଟକୁ ହସ୍ତାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ବେଆଇନ ପରିବହନ ଏବଂ ଅନ୍ୟାନ୍ୟ ଅନିୟମିତ କାର୍ଯ୍ୟକଳାପ ବିରୋଧରେ ଏଭଳି ଯାଞ୍ଚ ଓ ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

masiha

Leave a Comment

error: Content is protected !!