ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବଗିରି ଲୋକ ମହୋତ୍ସବ ୨୦୨୬ ପାଳିତ 

ଦେବଗିରି ଲୋକ ମହୋତ୍ସବ ୨୦୨୬ ପାଳିତ 

ରାୟଗଡ଼ା ତା ୦୪/୦୮/୨୦୨୬  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମା ସ୍ଥିତ କଲ୍ୟାଣମଣ୍ଡପ ଠାରେ ଦେବଗିରି କଳା ପରିଷଦ ପକ୍ଷରୁ ଦେବଗିରି ଲୋକ ମହୋତ୍ସବ ୨୦୨୬ ମହା ଧୁମ୍ ଧାମରେ ପାଳନ ହୋଇି ଯାଇଛି। ସର୍ବ ପ୍ରଥମେ ଆରାଧ୍ୟ ଦେବତା ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଦେବଗିରି କଳା ପରିଷଦ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏହାପରେ ସମ୍ପାଦକ ସନ୍ତୋଷ କୁମାର ବଛା ବାର୍ଷିକ ବିବରଣୀ ପାଠ କରିଥିଲେ । ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ଦେବଗିରି କଳା ପରିଷଦ ର କଳାକାର ମାନେ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର କରି ଆସୁଛନ୍ତି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ଲୋକାଭିମୁଖି ଯୋଜନାକୁ ନେଇ ସଚେତନ ମୂଳକ ନାଟକ, ନୃତ୍ଯ ପରିବେଷଣ କରି ସାମାଜିକ ସଚେତକ ଭାବେ ଅହରହ ଉଦ୍ୟମ ଜାରି ରଖିଥିବା ବାବଦରେ ଜଣାଇଥିଲେ। ଆଗାମୀ ବର୍ଷ ଏହି ମହୋତ୍ସବ ମହା ଆଡମ୍ବରରେ ପାଳନ କରାଯିବ ବୋଲି ସେ କହିଥିଲେ । ଏହାପରେ ଉପସ୍ଥିତ ସମସ୍ତ ଅତିଥୀ ନିଜ ନିଜର ଅଭିଭାଷଣ ରଖିଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାର ମାନେ ନୃତ୍ଯ ପରିବେଷଣ କରିଥିଲେ ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ତାଙ୍କୁ ଅତିଥିଙ୍କ କର କମଳରେ ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଙ୍ଗଳ ସଂସ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବଙ୍ଗାରି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ୍ ସାମନ୍ତ ସିଂ ଓ ଅନ୍ୟତମ ଅତିଥି ନୃତ୍ଯ ଗୁରୁ ବାବୁରାଓ ନିଶିକା, ଦେବଗିରି କଳା ପରିଷଦ ସଭାପତି ଚିନ୍ତାମଣି ପ୍ରାସ୍କା, ବରିଷ୍ଟ ଲୋକକଳା କଳାକାର ଚନ୍ଦନ ଗୁଡ଼ବିଶି, ସୁରେଶ ବିଡିକା, କୋଷାଧକ୍ଷ ମାଲେସ କୌଶଲ୍ୟା ମଞ୍ଚାସିନ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ର ବିଭିନ୍ନ ଗ୍ରାମରୁ ବହୁ କଳାକାର ଓ କଳାପ୍ରେମୀ ଉପସ୍ଥିତ ରହିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

ଅବସର କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!