ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନଜ୍ୟୋତି ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା 

ଜ୍ଞାନଜ୍ୟୋତି ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା 

ରାଉରକେଲା: ସିବିଏସି ତରଫରୁ ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଡା ଲହଣ୍ଡା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ବର୍ଷା ବୈଶାଳୀ ଓ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଟିଜିଟି ଅରଜିତା ଦାସ ଗୁପ୍ତା ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଜିର ଅନୁଭୁତି ଭିତ୍ତିକ ଶିକ୍ଷଣ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟ ଯଥା ଜ୍ଞାନଜ୍ୟୋତି, କନକ ମଞ୍ଜରୀ, ସେକ୍ଟର ୧୬ ଡିଏଭି, ଶ୍ରୀ ଅରବିନ୍ଦ ରାଉରକେଲା, ଏବଂ ମନଟ୍ ଫଟ୍ ରାଞ୍ଚି ଆଦି ସ୍କୁଲରୁ ୪୫ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଜ୍ଞାନଜ୍ୟୋତି ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ଅତିଥି ମାନଙ୍କୁ ସ୍ବାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଡ ମୀନାକ୍ଷୀ ଷଡ଼ଙ୍ଗୀ ପ୍ରଶିକ୍ଷକ ମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସଫଳତା କାମନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାକୁ ଅଧିକ ଆକର୍ଷଣୀୟ ଓ ଉପଯୋଗୀ କରିବା ପାଇଁ ଅନୁଭୂତି ଭିତ୍ତିକ ଶିକ୍ଷା ପ୍ରଣାଳୀକୁ ଗୁରୁତ୍ଵ ଦିଆଯାଇପାରିବ ବୋଲି ପ୍ରଶିକ୍ଷକ ମାନେ ଅବଗତ କରାଇଥିଲେ । ସ୍କୁଲର ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମ୍ବିତ ଷଡ଼ଙ୍ଗୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ନମ୍ରତା ମଲ୍ଲିକ ପରିଚାଳନା କରିଥିବାବେଳେ ଜ୍ଞାନଜ୍ୟୋତି ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ କର୍ମଶାଳାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇଥିଲେ। ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। ଶେଷରେ ଶିକ୍ଷକ ମନୀଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

୧- ନିମ୍ନମାନର କାମ ଅଭିଯୋଗ,ଫାଟିଗଲା କଂକ୍ରିଟ ରାସ୍ତା,୨- ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ, ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ,୩- ନିଶା .. ଖାଇବାକୁ ଚୋରି , ଚଟୁ,ଡେକ୍‌ଚି ବି ଛାଡୁ ନାହାନ୍ତି

Sunil Chandra Nayak

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୬ ତମ ଜନ୍ମମହାମହୋତ୍ସବ ତଥା ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!