ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୂର ସଂଘ ର ପ୍ରତିଷ୍ଠା ଦିବସ ପାଳନ

ମୟୂରଭଞ୍ଜ -23/7: ( ମସିହା) ରାଇରଙ୍ଗପୁର ପି. ସି. ଏସ. କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘ ର ୬୮ତମ ପ୍ରତିଷ୍ଠା ଦିବସ ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ପାଳିତ ହୋଇଯାଇଛି | ସହ ବିଭାଗ କାର୍ଯ୍ୟବାହ ଚୈତନ୍ୟ ପ୍ରସାଦ ବାରିକ ଦ୍ବୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଦିବସ ଉଦଘାଟନ କରିଥିଲେ |

     ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବି. ଏମ. ଏସ. ର ରାଜ୍ୟ ସମ୍ପାଦିକା ତଥା ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଏସୋସିଏସନ ର ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ୟ ପଦାଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲା ବି. ଏମ. ଏସ. ର ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ,ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପାଦକ ରାମଚନ୍ଦ୍ର ହାଁସଦାଃ,ବି.ଏମ.ଏସ୍ ସଦସ୍ୟ ମୀନା ସିଂ ଓ ବି.ଏମ.ଏସ. ର ବ୍ଲକ ସମ୍ପାଦକ କୌଶିକ କାଶ୍ୟପ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏଥିରେ ସଭାପତିତ୍ୱ କରିଥିଲେ ବି. ଏମ. ଏସ. ର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ | ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଚୈତନ୍ୟ ପ୍ରସାଦ ବାରିକ ରାଷ୍ଟ୍ର ହିତରେ ଶ୍ରମିକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ | ଭାରତୀୟ ମଜଦୂର ସଂଘ ଏକ ଅଣରାଜନୟିତିକ ଶ୍ରମିକ ସଂଗଠନ, ଦେଶ ର ନମ୍ବର ୱାନ ଶ୍ରମିକ ସଂଗଠନ ର ପତାକା ତଳେ ରହି ଆମ୍ଭେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ | ଅଥିତି ପରିଚୟ ପ୍ରଦାନ ତଥା ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ବୋଧିରଜତ ମହାନ୍ତ |

     ମୁଖ୍ୟ ଅତିଥି ସୁମିତା ମହାପାତ୍ର କହନ୍ତି ଅଙ୍ଗନବାଡି ହୋଉ ବା ଆଶାକର୍ମୀ, ମାତ୍ରାଧିକ କାର୍ଯ୍ୟାଭାର ଲଦି ଦିଅ ଯାଉଥିଲେ ମଧ୍ୟ ଉପଯୁକ୍ତ ଧର୍ଯ୍ୟ ମୂଲ୍ୟ ପ୍ରଦାନ କରା ନ ଯିବା କ୍ଷୋଭ ର ବିଷୟ | ଉଜ୍ଜ୍ଵଳା ଦିଦି, ପାଚିକା ତଥା ଅଣସଂଗଠନ ରେ କାର୍ଯ୍ୟରତ ଭାଇ ଭଉଣୀ ଙ୍କ ନାର୍ଯ୍ୟଦାବି ଉଭୟ ସରକାର ଅବହେଳା କରିଥିବା ପ୍ରକାଶ କରିଥିଲେ | ବରିଷ୍ଠ ଶ୍ରମିକ ନେତା ତଥା ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ କହନ୍ତି କଳ କାରଖାନା ମାଲିକ, ଖଣି ଖାଦାନ ର ମାଲିକ ଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀ ମାନେ ଶ୍ରମିକ ମାନଙ୍କ ର ନ୍ୟାର୍ଯ୍ୟ ଦାବି ନ ଦେଇ ବିଭିନ୍ନ ଆଳ ଦେଖାଇ କମ୍ ଦରମା ଦେବା ତଥା କାମ ରୁ ବାହାର କରିଦେବା ଭଳି ବହୁ ଘଟଣା ଦୈନନ୍ଦିନ ଘଟୁଛି ଏଥି ପ୍ରତି ସରକାର ଧ୍ୟାନ ନ ଦେଲେ ଆନ୍ଦୋଳନ ହେବ | ଏହାର ତୀବ୍ର ସମାଲୋଚନା କରି କହିଲେ ସରକାର ଏହାର କୁପରିଣତି ଆଗାମୀ ଦିନ ରେ ଦେଖିବେ ବୋଲି ଚେତାବନୀ ଦେଇଥିଲେ | ବନ୍ଦ ହୋଇଥିବା ଖଣି, କଳ କାରଖାନା ଖୁବ ଶୀଘ୍ର ନ ଖୋଲିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରେ ହେବ ବୋଲି କହିଥିଲେ |

     ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ ର ପ୍ରତିନିଧି ମାନେ ତଥା ଅଙ୍ଗନବାଡି, ଆଶା, ପାଚିକା, ଉଜ୍ଜ୍ଵଳା, ବାମନଘାଟି ଶିଳ୍ପ ମଜଦୂର ସଂଘ, ମାଇନ୍ସ, ମୟୁର ସିରାମିନ୍ସ, ଗ୍ରାମୀଣ କୃଷି ମଜଦୂର ସଂଘ, ଅଣ ସଂଗଠିତ ଶ୍ରମିକ ମାନେ ଅଂଶଗ୍ରହଣ କରିଥିଲେ |

    ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରୁ ଶଶୀକଳା ପଳେଇ, ସୁନାମଣୀ ଚାମ୍ପେୟାର, ବିଶ୍ୱମ୍ବର ଦାସ, ମନୋରମା ବେହେରା, ଭୀମ ଚରଣ ମହାକୁଡ଼, ସାରଥୀ ମହାନ୍ତ, ଲାଖିଆ ଟୁଡୁ, ବୈଜନ୍ତୀ ମହାନ୍ତ, ନୀଳାଦ୍ରି ପାତ୍ର, ନବୀନ କୁମାର ବେହେରା, ଲଳିତା ବିନ୍ଧାଣି, ବୀଣାପାଣି ଗାଗରାଇ, ଗୋଲାପୀ ନାଏକ, ନିର୍ମଳ ପ୍ରଧାନ,ଜୟନ୍ତ ବେହେରା,ଲିଟୁ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

ଜୟପାଟଣା: ଦୁର୍ଦ୍ଦିନରେ ପରିବା ଚାଷୀ , ଶୀତଳ ଭଣ୍ଡାର ପାଇଁ ଦାବି

Sunil Chandra Nayak

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort