ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପତ୍ରକାର ସଙ୍ଘ ଅବିଭକ୍ତ କୋରାପୁଟ ଜିଲ୍ଲା ସମ୍ମିଳନୀ, ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାନଯାଉ

କୋରାପୁଟ :ସମାଜର ବିକାଶ ପାଇଁ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ, ସାମ୍ବାଦିକମାନେ ବହୁ ଦୁଃଖକଷ୍ଟ ସହି ସମ୍ବାଦ ସଂଗ୍ରହ କରିଥାନ୍ତି, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରାଶି ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି, ଏହାଦ୍ୱାରା ରାଜ୍ୟର ବହୁ ସାମ୍ବାଦିକ ଉପକୃତ ହେବ, ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କୋରାପୁଟ ବିଧାୟକ ରଘୁରାମ ପୋଡାଲ କହିଛନ୍ତି । ରବିବାର ଓଡିଶା ପତ୍ରକାର ସଙ୍ଘ ଅଵିଭକ୍ତ କୋରାପୁଟ ଜିଲ୍ଲା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପୋଡାଲ ଯୋଗଦେଇ କହିଥିଲେଯେ, ସବୁ ସାମ୍ବାଦିକ କିଭଳି ସରକାରଙ୍କ ଯୋଜନାରେ ସାମିଲ ହୋଇପାରିବେ ଓ ସାମ୍ବାଦିକଙ୍କ ସୁରକ୍ଷା ଆଇନ କିଭଳି କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା କରିବି, ଏଥିସହିତ ଆମ ଭିତରେ ଏକତା ଓ ସମନ୍ୱୟ ରହିବା ବଦରକାର ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା ଯୋଗଦେଇ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ କିଭଳି ଅବହେଳାର ଶିକାର ହେଉଛି, ବିଶେଷ କରି ତିନି ଦଶନ୍ଦୀ ଧରି ସାମ୍ବାଦିକ ଓ ସମ୍ବାଦପତ୍ରର ସ୍ଥିତି ଦୟନୀୟ ଅବସ୍ଥାକୁ ଆସିଯାଇଛି ।ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାଯାଉଛି ବୋଲି ଶ୍ରୀ ପରିଡ଼ା କହିଥିଲେ । ସମ୍ମାନିତ ଅତିଥି ଭାବେ ରାୟଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପ୍ରିୟ ଖବରର ସମ୍ପାଦକ ରାଜକିଶୋର ଦାସ, ବରିଷ୍ଠ ସାମ୍ବାଦିକ ଭବାନୀ ମିଶ୍ର, ଦିଲ୍ଲୀପ ମହାନ୍ତି, ସଂଯୁକ୍ତ ନନ୍ଦ, ସି ଏଚ ସନ୍ତାକାରା ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ. ସଙ୍ଘର ରାଜ୍ୟ ଉପସଭାପତି ହର ପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସଭା ପରିଚାଳଣ କରିଥିଲେ । ପ୍ରଭୁ ଜଗନ୍ନାଥ ଓ ମା ମଝିଘରିଆଣିଙ୍କ ନିକଟରେ ଦ୍ୱୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିସହିତ ଦିବଂଗତ ସାମ୍ବାଦିକଙ୍କ ପାଇଁ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଭଵାନି ମିଶ୍ର, ସଭାପତି ପ୍ରେସ କ୍ଲବ, କୋରାପୁଟ, ମନୋଜ କୁମାର ଦାସ, ମାନସ କୁମାର ମହାନ୍ତି,ତୁସାର କାନ୍ତ ମହାନ୍ତି, ସଂଯୁତ ନନ୍ଦ,ହୃଷିକେଶ ମିଶ୍ର, ଵିଦ୍ୟାଧର ଚୌଧୁରୀ, ସି ଏଚ୍ ସାନ୍ତାକାର, ଗୌରିଶଙ୍କର ପଟ୍ଟନାୟକ, ଅନୁଵ୍ରତ ବାରା, ଏଵଂ ଦୁର୍ଗା ପ୍ରସାଦ ପାଢୀ, ହୃଦାନନ୍ଦ ସେଠୀ । ଏହି ସମ୍ମିଳନୀରେ ଅଭିବକ୍ତ କୋରାପୁଟ ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନ୍ତୁରୁ ମହିମା ଆଶ୍ରମ ରେ ବାର୍ଷିକ ଉତ୍ସବ ପାଳିତ 

masiha

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର କନଫରେନ୍ସ ୨୦୨୩ (ଜ୍ଞାନସେତୁ) ଆସନ୍ତା ୨୬ ଓ ୨୭ରେ

Sunil Chandra Nayak

Leave a Comment

error: Content is protected !!