ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାର ଅଦାଲତ ଆଦେଶ କୁ ସରପଞ୍ଚ ଙ୍କ ଅବମାନନା :ପ୍ରଥମ ସ୍ତ୍ରୀ କୁଲି କାମ କରି ଜୀବନ ବିତାଉଛନ୍ତି

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ତେଲନଦୀ ଗ୍ରାମ ପଞ୍ଚାୟତ ର ବର୍ତ୍ତମାନ ର ସରପଞ୍ଚ ରାଜୁ ସାନ୍ତା ଆକଡସିଲ ଗ୍ରାମ ପୋଷ୍ଟ ଏକମ୍ବା ଥାନା ଉମରକୋଟ ଅଞ୍ଚଳରେ ଉଜ୍ଜଳ ସାନ୍ତା ଙ୍କୁ ବୈଦିକ ରୀତିରେ ବିବାହ କରି ଗୋଟିଏ ପୁଅ ଓ ଗୋଟିଏ ଝିଅ ର ଜନକ ହୋଇଥିଲେ l ତା ୧୯|୦୬|୨୦୨୧ରିଖରେ କଚିଆସାହି ଗ୍ରାମର କୁସୁମି ସାନ୍ତାକୁ ନେଇ ଉଦୁଲିଆ (କିଛି ଦିନ ପାଇଁ ସେହି ଝିଅ କୁ ତାଙ୍କ ଘରୁ କାହାକୁ ନ କହି ନେଇଯିବା)ନେଇ ଯାଇଥିଲେ l ଉକ୍ତ ଘଟଣା ବିଷୟରେ ଉମରକୋଟ ଥାନାରେ ଏତଲା ଦେଇ ଦୁଇବର୍ଷ ହୋଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ l ପରେ ନବରଙ୍ଗପୁର ଜିଲ୍ଲା ପରିବାର କୋର୍ଟ ରେ ମାମଲା ଦେଇଥିଲେ l ମାମଲା ର ଆଦେଶ ରେ ଉଲ୍ଲେଖ ଥିଲା ମାସକୁ ୪୦୦୦ ଟଙ୍କା ପରିବାର ନିମନ୍ତେ ଓ ପିଲାମାନଙ୍କ ନିମନ୍ତେ ମାସିକ ୧୫୦୦ ଟଙ୍କା ଦେବା ପାଇଁ, କିନ୍ତୁ ଅଦ୍ୟାବଧି ବର୍ତ୍ତମାନ ର ସରପଞ୍ଚ ଗୋଟିଏ ଟଙ୍କା ମଧ୍ଯ ପ୍ରଦାନ କରି ନାହାନ୍ତି l ଏହି ସରପଞ୍ଚ କିଭଳି କୋର୍ଟ ର ଆଦେଶ କୁ ଫୁ କରିଦେଉଛନ୍ତି, ତାହା ଆମେ କହୁନୁ, କହୁଛି ତାଙ୍କର ପ୍ରଥମ ସ୍ତ୍ରୀ ଉଜ୍ଜଳ ସାନ୍ତା ଓ କୋର୍ଟ ର ଆଦେଶ l ଆହୁରି ମଧ୍ଯ ଓଡିଶା ରାଜ୍ଯ ମହିଳା ଆୟୋଗ ଙ୍କ ପାଖରୁ ନୋଟିସ ଆସିଛି, ସମସ୍ତ ଚିଠି ପତ୍ର, ଆଦେଶ କୁ ଫୁ କରିଦେଇଛନ୍ତି ବର୍ତ୍ତମାନ ତେଲନଦୀ ଗ୍ରାମ ପଞ୍ଚାୟତ ର ଯୁବ ସରପଞ୍ଚ l ଏବେ ପ୍ରଥମ ସ୍ତ୍ରୀ ତାଙ୍କ ବାପାଙ୍କ ଘରେ କୁଲି କାମ କରି ବହୁ କଷ୍ଟରେ ଚଳୁଥିବା ବେଳେ ସରପଞ୍ଚ ବାବୁ ଦିତୀୟ ସ୍ତ୍ରୀ ସହ ବେଶ୍ ଖୁସିରେ ତାଙ୍କଗ୍ରାମ ତେଲନଦୀରେ ରହୁଛନ୍ତି l ଶେଷ ରେ ନିରାଶ ଓ ହତାଶ ହୋଇ ତା ୨୧|୦୪|୨୦୨୩ ରେ ଏକ ଲିଖିତ ଅଭିଯୋଗ କରିଥିଲେ l ଆହୁରି ମଧ୍ୟ ଆଜି ତା ୨୩|୦୭|୨୦୨୩ରେ ଜାତୀୟ ମାନବାଧିକାର ସାମୁଖ୍ଯ,ଭୁବନେଶ୍ବର, ଓଡିଶା ଙ୍କ ପାଖକୁ ଏକ ଅଭିଯୋଗ ପତ୍ର ନ୍ୟାୟ ପାଇବା ଆଶା ରେ ଜାତୀୟ ମାନବ ଅଧିକାର ସାମୁଖ୍ଯ, ନବରଙ୍ଗପୁର ଜିଲ୍ଲା ସଭାପତି ରବିନାରାୟଣ ମହାନ୍ତି ଙ୍କ ଜରିଆରେ ପ୍ରଦାନ କରିଛନ୍ତି l ଏହାର ବିହିତ ପଦକ୍ଷେପ ନେଇ ମାନବ ଅଧିକାର ସାମୁଖ୍ଯ ଉକ୍ତ ମହିଳାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବ ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

Sunil Chandra Nayak

ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କା ର ଅନୁଦାନ,ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!