ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେନ ଜେଡ ଙ୍କ ଦ୍ଵାରା ମହମ୍ମଦ ରଫି ସଙ୍ଗୀତ

ଜେନ ଜେଡ ଙ୍କ ଦ୍ଵାରା ମହମ୍ମଦ ରଫି ସଙ୍ଗୀତ

ନବରଙ୍ଗପୁର: (୧|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଯୁବ ବର୍ଗଙ୍କ ଦ୍ଵାରା ସ୍ଥାନୀୟ ସରୋଜିନୀ ମଣ୍ଡପରେ ସ୍ୱର୍ଗୀୟ ମହମ୍ମଦ ରଫିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଥିବାବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ଓ ନାଟକ ଏକାଡେମୀର ସଦସ୍ୟ ଦେବଦାସ ମହାଙ୍କୁଡ , ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ସମାଜସେବୀ ଟିଙ୍କୁ ଜୈନ, ଅଧ୍ୟାପକ ଅଖିଳ ଭଟ୍ଟ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରଫିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଅନୁଷ୍ଟିତ ସଙ୍ଗୀତ କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଯୁବବର୍ଗ ର କଳାକାର ମାନେ ସ୍ୱର୍ଗତ ରଫିଙ୍କ ମନଛୁଆଁ ଗୀତ ପରିବେଷଣ କରିଥିଲେ। ପ୍ରଥମ ଥର କେବଳ ଯୁବବର୍ଗର କଳାକାରମାନେ ଗୀତ ପରିବେଷଣ କରିବା ସହ ଯନ୍ତ୍ର ସଙ୍ଗୀତ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଜଣାଶୁଣା ଗାୟକ, ଗାୟିକା, ସଙ୍ଗୀତ ନିର୍ଦ୍ଦେଶକ, ସାହିତ୍ୟକ ଉପସ୍ଥିତ ରହି ଯୁବ ବର୍ଗକୁ ଉତ୍ସାହିତ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା ଏବଂ ବରିଷ୍ଟ କଳାକାର କପିଲ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାୟକ ଶିବ ପ୍ରସାଦ ମହାପାତ୍ର, କୁମାର ସମର ପ୍ରମୁଖ ସହଯୋଗ କରିଥିବାବେଳେ ଶିବ କିଷାନ୍ ପାତ୍ର, ନବ କିଶୋର, ନିହାର ଟାକ୍ରି, ପ୍ରୀତମ ଢାଲି, ଟି. ନିବେଦିତା, ନିବେଦିତା ପଟ୍ଟନାୟକ , ଵେବି ଢାଲି, ଜୟଶ୍ରୀ ମହାରଣା , କସ୍ତୁରୀ ଭତରା ପ୍ରମୁଖ ଗୀତ ପରିବେଷଣ କରିଥିଲେ ଏବଂ ତରୁଣ ପାଣି, ଲିଟିଲ୍ ସୁନା,ଆଦି, ଜାଳାଲୁଦ୍ଦିନ, କିର୍ଥାଥ , ଭଟ୍ଟ ପ୍ରମୁଖ ଯନ୍ତ୍ର ସଙ୍ଗୀତ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଦେଖିବାକୁ ଅନେକ ସଙ୍ଗୀତ ପ୍ରେମୀ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍l

Related posts

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଶତାୟୁ ବୃଦ୍ଧା ଚମେଲି ଦେବୀଙ୍କ ପରଲୋକ

Sunil Chandra Nayak

ବୋରଗୁଡା ଗ୍ରାମପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!