ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ , ଯୋଗ ଦେଲେ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ
ତେନ୍ତୁଳିଖୁଣ୍ଟି ୧୮/୦୭/୨୪ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ବୈଠକ ଗୃହଠାରେ ଆଜି ପଞ୍ଚମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଥମେ ଉପସ୍ଥିତ ଥିବା ଅତିଥିମାନେ ଗଣେଶ ମୂର୍ତ୍ତିକୁ ପୁଷ୍ପ ମାଲ୍ୟ ଦେଇ ପୂଜା ପାଠ କରିଥିଲେ। ଚେୟାରମ୍ୟାନ ନିଳେନ୍ଦ୍ରୀ ନାୟକ ଙ୍କ ସଭାପତିତତ୍ତ୍ୱ ରେ ଆରମ୍ଭ ହୋଇଥିଲା। ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ ।ଆରମ୍ଭ ର ଜିପିଓ ରମାକାନ୍ତ ରଣା ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ।ପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ର ଆଲୋଚନା ହୋଇଥିଲା ଏହି ବୈଠକରେ ନବରଙ୍ଗପୁର ବିଧାୟକ ଗୋୖରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ଭାବେ ଜଗଦୀଶ ଚନ୍ଦ୍ର ବିଶୋଇ ଓ ଜିଲ୍ଲା ପରିଷଦ ଚେୟାରମ୍ୟାନ ମୋତିରାମ ନାୟକ ମଞ୍ଚାସୀନ ଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଜିଲ୍ଲାପାରିଷଦ ସଭ୍ୟ ରତିକାନ୍ତ ପଣ୍ଡା, କୃଷ୍ନା ମଂଜରୀ ବିଷୋୟୀ, ବିଡ଼ିଓ ମୋନଜ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ସହିତ ପଞ୍ଚାୟତ ସମ୍ମିତିର ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ। ଏଥି ସହିତ ପାନୀୟ ଜଳ ବିଭାଗ ରେ ଜେଇ ଙ୍କ ମନୋମୁଖୀ କାମ କରିଥିବା ନେଇ ଅଭିଯୋଗ ବହୁ ସଦସ୍ୟ କରିଥିଲେ । ଅମଲାଭଟା ପଂଚାୟତ ରେ ପାନୀୟ ଜଳ ର ସମସ୍ୟା ସବୁବେଳେ ଲାଗି ରହିଛି ପ୍ରଶାସନ କିଛି ଗୁରୁତ୍ୱ ଦେଉ ନାହିଁ ବୋଲି ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ମଂଜୁରୀ ବିଷୋୟୀ ଅଭିଯୋଗ କରିଥିଲେ।ଶିକ୍ଷା ବିଭାଗ ର ବନ୍ଦ ଥିବା ବିଦ୍ୟାଳୟ ଖୋଲିବା କୁ ଦାବି କରିଛନ୍ତି ସମସ୍ତ ସରପଂଚ ସମିତି ସଦସ୍ୟ, ବିଦ୍ୟାଳୟ ଗୁଡାକ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ବସ୍ତା ରେ କମ ଚାଉଳ ଆସୁଥିବା ନେଇ ବିଧାୟକ ଗୌରୀ ମାଝୀ ବିଗିଡି ଥିଲେ । ସମାନ ପ୍ରକାର ରେ ଚାଉଳ ଦେବା ତାଗିଦ କରିଥିଲେ। ସେହିପରି ବ୍ଳକର ଦିଗି ଜିଆରଏସ ଠିକ ସେ ପଞ୍ଚାୟତ ରେ ଆସୁ ନ ଥିବା ନେଇ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, କହିଥିଲେ।ବ୍ଳକର ସମସ୍ତ ଜିଆରଏସ ବିଡ଼ିଓ ଙ୍କ କଥା କୁ ଗୁରୁତ୍ୱ ଦେଉ ନ ଥିବା ନେଇ ବିଡିଓ ପ୍ରକାଶ କରିଥିଲେ। ଶେଷରେ ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି ମୋ ଗାଁ ପାଖର ବ୍ଳକ ଏହି ବ୍ଲକରେ କୌଣସି ବି ଅଧିକାରୀ ଦୁର୍ନୀତି କରିବାକୁ ଚେଷ୍ଟା କରିବେ ନାହିଁ ଅଞ୍ଚଳ ର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ରେ ଅର୍ଥ ର ଅଭାବ ରହିବ ନାହିଁ ବୋଲି କହିଥିଲେ।ବିଗତ ଦିନରେ ତେନ୍ତୁଳିଖୁଣ୍ଟି ବ୍ଳକ ଦୁର୍ନୀତି ର ବ୍ଳକ ବୋଲି ଯେଉଁ ଚର୍ଚ୍ଚା ରହିଥିଲା ହେଇଥିଲା ବି ତାହା ଆଉ ନ ହେଉ ବୋଲି କହିଛନ୍ତି।ନିଜର ବିଧାୟକ କାର୍ଯ୍ୟକାଳରେ ଦୁର୍ନୀତି କୁ କେବେ ବି ପ୍ରସୟ ଦେବି ନାହିଁକି କରିବି ନାହିଁ ବୋଲି କହିଛନ୍ତି ।ଅଞ୍ଚଳ ର ବିକାଶ ପାଇଁ 24 ଘଣ୍ଟା ଆମକୁ ଖଟେଇ ପାରିବେ ବୋଲି କହିଥିଲେ। ଆଜିର ଏହି ବୈଠକ ରେ ଦିଲ୍ଲୀପ ପ୍ରଧାନୀ, ସୁଧୀର ଖୁରା,ମଦନ ମୋହନ ଦଳପତି, ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।ରୁରାଲ ପାର୍କ ଓ ଅମୃତ ସରୋବର ଅନ୍ୟ ବ୍ଲକ ରେ ଆକର୍ଷଣୀୟ ହେଉଥିବା ବେଳେ ତେନ୍ତୁଳିଖୁଣ୍ଟି ରେ କାହିଁକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପାରୁନି ବୋଲି ଦେଓପଲି ସଭ୍ୟ ସୁଧୀର ଖୁରା ପ୍ରଶ୍ନ କରିଥିଲେ। ଶେଷ ରେ ସମସ୍ତ ଙ୍କୁ ବିଡ଼ିଓ ଧନ୍ୟବାଦ ଦେଇଥିଲେ।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି


