ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ନୂଆଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ

ଗୋଲାମୁଣ୍ଡା ବ୍ଲକ ନୂଆଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ସମାଜ କଲ୍ୟାଣ କାର୍ଯ୍ୟାଳୟ,କଳାହାଣ୍ଡି ତରଫରୁ ଏକ ମହିଳା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ, ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଆଦି ବିଷୟରେ ଆଲୋକପାତ କରିଥିଲେ।

 ଧର୍ମଗଡ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର କାର୍ଯକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠିତ ସଚେତନତା ସଭାରେ କେଗାଁ ଗ୍ରାମପଞ୍ଚାୟତର ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ଗ୍ରାମର ଯୁବତୀ ମାନେ ସାମିଲ ହୋଇଥିବା ବେଳେ ଧର୍ମଗଡ ଶକ୍ତି ସଦନ ଗୃହ କାର୍ଯ୍ୟାଳୟ ସହାୟକ ଦେବରାଜ ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।ଅଙ୍ଗନବାଡ଼ି କର୍ମୀ ଲଳିତା ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତର ଘଟଣାରେ ସାହିବାସିନ୍ଦାଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କଲେ ବିଧାୟକ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!