ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜିନ୍ଦ୍ର ଖର୍ସେଲ କୁ ସାହାଯ୍ୟ ର ହାତବଢ଼େଇଲେ ଖଲିପଥର ତଥା ଆଖପାଖ ଗ୍ରାମ ର ଅନ୍ତେବାସୀ 

ରାଜିନ୍ଦ୍ର ଖର୍ସେଲ କୁ ସାହାଯ୍ୟ ର ହାତବଢ଼େଇଲେ ଖଲିପଥର ତଥା ଆଖପାଖ ଗ୍ରାମ ର ଅନ୍ତେବାସୀ 

ବଲାଙ୍ଗୀର ଜିଲ୍ଲା ବେଲପଡାବ୍ଲକ ଯୁବା ପଂଚାୟତ ର ଖଲିପଥର ଗାଁ ରେ ରାଜିନ୍ଦ୍ର ଖର୍ସେଲ ନାମକ ଜଣେ ବ୍ୟକ୍ତି , କିଛି ମାସ ହେବ ତାଙ୍କ ଦେହ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲା ମେଡିକାଲ ରେ ଦେଖିଇଲେ ଓ ଡାକ୍ତର ମାନେ ସର୍ଭାଇକାଲ ଅସ୍ତ୍ରୋପଚାର କଲେ ଓ ସେଥିରୁ ମଧ୍ୟ୍ୟ କିଛି ସୁଫଳ ମିଳିପାରିଲାନି ବରଂ ଆହୁରି ଯନ୍ତ୍ରଣା ବଢ଼ିବାରେ ଲାଗିଲା। ସେ ପରିବାର ରେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ତାଙ୍କର ଦୁଇ ଝିଅ ଓ ଦୁଇ ପୁଅ ତାଙ୍କ ସ୍ବାସ୍ଥ୍ୟଗତ ଅସୁବିଧାରୁ ତାଙ୍କ ପରିବାରର ସବୁ ବୋଝ ତାଙ୍କ ଧର୍ମପତ୍ନୀ ଉପରେ।ଏବେ ତାଙ୍କର ଅପାରଗତ ଅବସ୍ଥା ରୁ ପରିବାର ର ଆର୍ଥିକ ଅବସ୍ଥା ଧୀରେ ଧୀର ବିଗିଡିବାରେ ଲାଗିଲା ମେଡିକାଲ ପାଇଁ ପାଖରେ ଟଙ୍କାମଧ୍ୟ୍ୟ ନାହିଁ ।କିନ୍ତୁ ଠିକ ସମୟ ରେ ତାଙ୍କ ଗ୍ରାମ ର ଗୋଟିଏ whatsapp ଗ୍ରୁପ ଅଛି ଖଲିପଥର ନାମରେ ସେହି ଗ୍ରୁପ ର ଉଦ୍ୟମ ଓ ସୋସିଆଲ ମିଡ଼ିଆ ଜରିଆରେ ଗ୍ରାମ ର ଗ୍ରାମବାସୀ ତଥା ଆଖ ପାଖ ଅଞ୍ଚଳ ର ସହଯୋଗୀ ମନୋବୃତ୍ତି ଥିବା ଭାଇ ଭଉଣୀ ସାହାଯ୍ୟ ର ହାତ ବଢ଼ାଇଁଲେ।ସମସ୍ତେ ମିଶି କିଛି କିଛି ସହାୟତା ରାଶି ଏକତ୍ର କରି ତାଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ହାତ ବଢ଼େଇଲେ ଓ ଆଖ ପାଖ ର ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ସାଜିଲେ କଥାରେ ଅଛି ଏକତା ହିଁ ବଳ ଯାହା ଯୁବଗୋଷ୍ଠୀ କରିକି ଦେଖେଇଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମାଣ୍ଡିଆ ଚାଷ ନେଇ ୨ ଦିନିଆ ତାଲିମ ଶିବିର ଉଦଘାଟନ

Sunil Chandra Nayak

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

Leave a Comment

error: Content is protected !!