ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗ୍ନ ଅବସ୍ଥାରେ କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟ ,ବାଜିରେ ଲାଗିଛି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ, ନିଦାବିଷ୍ଣୁ ଶିକ୍ଷା ବିଭାଗ

ଭଗ୍ନ ଅବସ୍ଥାରେ କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟ ,ବାଜିରେ ଲାଗିଛି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ, ନିଦାବିଷ୍ଣୁ ଶିକ୍ଷା ବିଭାଗ

ଜୁନାଗଡ଼,୨/୮(ମ ନି ସ)_ସରକାର ଶିକ୍ଷାର ବିକାଶ ନିମନ୍ତେ ଅନେକ ଯୋଜନା କରୁଥିବା ବେଳେ ଛାତ୍ରଛାତ୍ରୀ କିଭଳି ସ୍କୁଲ କୁ ଆସି ପାଠ ପଢିବେ ସେ ନେଇ ମଧ୍ୟ ଅନେକ ଯୋଜନା କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ବହିଖାତା ଠାରୁ ଆରମ୍ଭ କରି ଡ୍ରେସ, ଜୋତା ପ୍ରଦାନ କରୁଛନ୍ତି । ସେହିଭଳି ବେସରକାରୀ ସ୍କୁଲ ରେ ଯେଭଳି ଡ୍ରେସ ବ୍ୟବସ୍ଥା କରାଯାଇଛି ,ସରକାର ମଧ୍ୟ ସେଭଳି ଭାବରେ ଶୁକ୍ରବାର ଓ ଶନିବାର ପାଇଁ ଅଲଗା ଡ୍ରେସ ପ୍ରଦାନ କରିଛନ୍ତି ।ହେଲେ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଏତେ ସବୁ ଯୋଜନା କରୁଥିଲେ କଣ ହେବ ସ୍କୁଲ ଗୃହ ନ ଥିଲେ। ଜୁନାଗଡ଼ବ୍ଲକ ଶିକ୍ଷା ବିଭାଗର ଅଧୀନରେ ଥିବା ଏମିତି ଏକ ପ୍ରାଥମିକ ବିଦ୍ୟାଳୟ , ଯେଉଁଠି ବିଦ୍ୟାଳୟରେ ଯେତେ ବି ଶ୍ରେଣୀ ଗୃହ ଅଛି ସବୁ ଭଗ୍ନ ଅବସ୍ଥାରେ ପଡିଥିବା ବେଳେ ବାରଣ୍ଡାରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢା । ଜିବନକୁ ବାଜି ଲଗାଇ ଶିକ୍ଷକ ଓ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କେତେବେଳେ କୋଠା ଭାଙ୍ଗିଯିବ ଓ କାହା ଉପରେ ପଡି ଜୀବନ ଯିବ ତାହା କେହି ମଧ୍ୟ କହି ପାରିବେ ନାହିଁ । ଜୁନାଗଡ଼ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଠାରେ ଏ ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ୧୯୫୫ ମସିହା ସେପ୍ଟେମ୍ବର ୧୫ ତାରିଖରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟି ରୁ ଗାଁର ଗୌନ୍ତିଆ ସ୍କୁଲ ନିର୍ମାଣ ପାଇଁ ଜମି ପ୍ରଦାନ କରିଥିଲେ ।ଗାଁ ର ଅନେକ ଛାତ୍ରଛାତ୍ରୀ ଏହି ସ୍କୁଲ ରୁ ପାଠ ପଢି ନିଜ ଭବିଷ୍ୟତ ତିଆରି କରିଛନ୍ତି । ଏହି ବିଦ୍ୟାଳୟ ନିର୍ମାଣ ହୋଇ ୬୯ ବର୍ଷ ହୋଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାକୁ ଚାଲି ଆସିଲାଣି । କେତେବେଳେ କାହାମୁଣ୍ଡରେ ପଡିବ ତାହା ଭଗବାନଙ୍କୁ ହିଁ ଜଣା । ବିଦ୍ୟାଳୟର ସମସ୍ତ କୋଠରୀ ଦେଖିଲେ ଭୁତକୋଠି ଭଳି ଦିଶୁଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ସ୍କୁଲ କୋଠରୀ ସୁରକ୍ଷିତ ନ ଥିବା ଯୋଗୁଁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ନିଜ ଭବିଷ୍ୟତ ତିଆରି କରୁଛନ୍ତି । ଗ୍ରୀଷ୍ମ ଓ ଶୀତ ଋତୁ ରେ ଯେମିତି ସେମିତି ବାରଣ୍ଡାରେ ପାଠ ପଢ଼ୁଥିବା ବେଳେ ବର୍ଷା ଦିନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦୁଃଖ ଦ୍ବିଗୁଣିତ ହୁଏ । ବର୍ଷା ଦିନରେ ବାରଣ୍ଡାରେ ମଧ୍ୟ ପାଣି ଭର୍ତ୍ତି ହେଉଥିବା ରୁ ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି ହୋଇଯାଏ । ବର୍ଷା ଯୋଗୁଁ ଅନେକ ଛାତ୍ରଛାତ୍ରୀ ମଧ୍ୟ ସ୍କୁଲକୁ ଆସନ୍ତି ନାହିଁ ।ବେସରକାରୀ ଜମି ରେ ସ୍କୁଲ ତିଆରି ହୋଇଥିବା ଯୋଗୁଁ ଜମି ମାଲିକ ମଧ୍ୟ ନିଜ ଜମି ଖାଲି କରିବାକୁ ଚାପ ପକାଇଥିବା ଜଣାପଡ଼ିଛ।ଏହି ସ୍କୁଲ ନିର୍ମାଣ ନିମନ୍ତେ ପାଖରେ ଥିବା ଏକ ସରକାରୀ ଜାଗାରେ ୨୦୨୩-୨୪ଆର୍ଥିକ ବର୍ଷରେ ସ୍କୁଲ ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ଫଣ୍ଡ ରୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଠିକାଦାର ସ୍ଲାବ ଲେବୁଲ ପର୍ଯ୍ୟନ୍ତ ତିଆରି କରି ଏକବର୍ଷ ହେଲା ଆଉ ଧରା ଛୁଆଁ ଦେଉ ନାହାନ୍ତି । ଯାହା ଫଳରେ ସ୍କୁଲ ନିର୍ମାଣ କାମ ଅଧାରେ ଅଟକି ଯାଇଛି । ଆଉ କେତେଦିନ ଛାତ୍ରଛାତ୍ରୀ ଓ ଶିକ୍ଷକ ନିଜ ଜୀବନକୁ ବାଜି ଲଗାଇ ଏମିତି ବାରଣ୍ଡାରେ ବସି ପଢୁଥିବେ । ଏହି ସମସ୍ୟା ନେଇ ସରକାର ଅତିଶୀଘ୍ର ପଦକ୍ଷେପ ନେବାକୁ ଅଂଚଳ ବସି ଦାବି କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

Sunil Chandra Nayak

ଏନ ଏଚ ୨୬ ରୁ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ, ନିର୍ମାଣ କରିବାକୁ ଦାବି

Sunil Chandra Nayak

ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ ସହଭାଗିତା ଉପରେ ତାଲିମ 

masiha

Leave a Comment

error: Content is protected !!