ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ 

ଉତ୍କଳ ଆଲୁମିନା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ 

ରାୟଗଡା,୮/୩; ରାୟଗଡା ଜିଲ୍ଲା ଟିକିରି ଅର୍ନ୍ତଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ପକ୍ଷରୁ ସସ୍ଥାନୀ ମାନବ ସମ୍ବଳ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ମାନବ ସମ୍ବଳ କାର୍ଯ୍ୟାଳୟ ସଭାକକ୍ଷ ପରିସରରେ କର୍ମାଚାରୀଙ୍କ ଦ୍ୱାରା ଉତ୍ସାହ ସହକାରେ ପାଳନ ହେବା ସହ କାରାଖାନର ସମସ୍ତ ବିଭାଗରେ ଅନୁରୂପ ଭାବେ କେକ୍‍ କାଟି ଆନ୍ତର୍ଜାତୀୟ ମହିଳା ଦିବସକୁ ଧୁମଧାମରେ ପାଳନ କରାଯାଇଅଛି । ଏହି ଉପଲକ୍ଷେ କାରାଖାନର ନୂଆପଡା ସ୍ଥିତ ଟାଉନସିପ୍‍ କ୍ଲବ ହାଉସ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଉକ୍ତ ସମାରୋହରେ କାରାଖାନରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଏଠାରେ ଉପସ୍ଥିତ ଥିଲେ । ଏହି ଅବସରରେ କାରଖାନର ମୁଖ୍ୟ ରବି ମିଶ୍ର ଓ ମାନବ ସମ୍ବଳ ବିଭାଗ ପ୍ରମୁଖ ବିଜୟ କୁମୁରା ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମାଁ କହିଲେ ବସୁଧା ତଥା ଧରିତ୍ରୀକୁ ବୁଝାଏ । ବସୁଧା ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଆମ ସହିତ ରହିଥାଏ, ଜୀବ ଜଗତ ସମାଜକୁ କୋଳରେ ଧାରଣ କରିଥାଏ । ସମାଜର ମୁଖ୍ୟ ପୁରୋଧା ନାରୀ । ଜନ୍ମ ଠାରୁ ମୃତ୍ୟୁ ଯାଏଁ ସେମାନେ ଧର୍ଯ୍ୟ, ସାହାସ ଓ ଶକ୍ତିର ବ୍ରତ୍ତି । ମାନବ ସମାଜରେ ମହିଳାଙ୍କ ଭୂମିକା ଅତୁଳନୀୟ ଓ ଅପରିକଳ୍ପନୀୟ । ପୁରୁଷ ଜୀବନରେ ନାରୀର ରୂପ ବିଭିନ୍ନ ପ୍ରକାର ହୋଇଥାଏ । ଜନ୍ମଠୁ ମାଁ ରୂପୀ ଦେବୀ, ପରବର୍ତ୍ତି ପର୍ଯ୍ୟାୟରେ ଜଣେ ମହିଳା ଜୀବନ ସାଥୀ ହୋଇ ଜୀବନର ପ୍ରତ୍ୟେକ ଚଲାପଥରେ ସଥୀ ହୋଇ ରହିଥାଏ । ତେଣୁ ନାରୀ ସମାଜର ପଥ ପ୍ରଦର୍ଶକ, ମହିଳାଙ୍କ ବିନା ସୃଷ୍ଟିର ଅପରିକଳ୍ପନୀୟ ବୋଲି ସଭାରେ ଉଦବୋଧନ ଦେଇ କାରାଖାନ ମୁଖ୍ୟ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଅନୁୁରୂପ ମାନବ ସମ୍ବଳ ବିଭାଗ ପ୍ରମୁଖ ବିଜୟ କୁମୁରା ମଧ୍ୟ ସଭାରେ ସମାଜରେ ନାରୀଙ୍କ ଭୂମିକା ସଂମ୍ପର୍କରେ ମତବ୍ୟକ୍ତ କରିଥିଲେ । ଉକ୍ତ ସମାରୋହରେ ଅଂଶଗ୍ରହଣ କରିଥିବା ମହିଳା କର୍ମଚାରୀମାନେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ମନଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ମହିଳା ସଦସ୍ୟଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମାନବ ସମ୍ବଳ ବିଭାଗ କର୍ମଚାରୀ ସୌମ୍ୟକ ଚାନ୍ଦ ପରିଚାଳନା କରିଥଇବା ବେଳେ ଆଶୁତୋଷ ମିଶ୍ରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

Sunil Chandra Nayak

MP Sri Bishi Raises Concern Over Limited Access to EMRS in Tribal Areas, Seeks Expansion at Block Level.

Sunil Chandra Nayak

Leave a Comment

error: Content is protected !!