ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ଏକ ମୃତ 

ବଜ୍ରାଘାତରେ ଏକ ମୃତ 

କାମାକ୍ଷାନଗର (ମନିସ )7/6/24 // କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ ରାସ୍ତାରେ ଵଜ୍ରାଘାତରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବାର ଜଣାଯାଇଛି l ମୃତକ ଜଣକ ହେଲେ କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ର ସନ୍ତୋଷ କୁମାର ଜେନା l ସନ୍ତୋଷ କୁମାର ଜେନା ଏକ ଫାଇନାସ କମ୍ପାନୀରେ କାର୍ଯ୍ୟ କରୁଥିଲେ l ସାପ୍ତାହିକ କିସ୍ତି ସଂଗ୍ରହ ପାଇଁ ସହକର୍ମୀ ସନ୍ଧ୍ୟାରାଣୀ ଜେନାଙ୍କ ସହିତ ବିରାଶାଳ, ମାକୁଆକାଟେଣୀ ଆଦି ଗ୍ରାମକୁ ଯାଇ ଅପରାହ୍ନରେ ବାଇକ ରେ ଉଭୟ ଫେରୁଥିଲେ l କେନାଲ ରାସ୍ତାରେ ଫେରିବା ସମୟରେ ଵଜ୍ରାଘାତ ହୋଇଥିଲା l ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ l ରାସ୍ତାରେ ଯାଉଥିବା ପଥଚାରୀ ଙ୍କ ଦ୍ୱାରା ଉଭୟ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ସନ୍ତୋଷ ଙ୍କୁ ମୃତ ଘୋଷଣା କରିବା ପରେ ଗୁରୁତର ସନ୍ଧ୍ୟାରାଣୀଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

Sunil Chandra Nayak

ବିଗ୍ନାନ ବିଦ୍ୟାଳୟ ରୟଗଡା ଦ୍ବାରା ଶିଶୁ ଦିବସ ପାଳିତ

masiha

ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ୧୦ମ ବାର୍ଷିକ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!