ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ଏକ ମୃତ 

ବଜ୍ରାଘାତରେ ଏକ ମୃତ 

କାମାକ୍ଷାନଗର (ମନିସ )7/6/24 // କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ ରାସ୍ତାରେ ଵଜ୍ରାଘାତରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବାର ଜଣାଯାଇଛି l ମୃତକ ଜଣକ ହେଲେ କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ର ସନ୍ତୋଷ କୁମାର ଜେନା l ସନ୍ତୋଷ କୁମାର ଜେନା ଏକ ଫାଇନାସ କମ୍ପାନୀରେ କାର୍ଯ୍ୟ କରୁଥିଲେ l ସାପ୍ତାହିକ କିସ୍ତି ସଂଗ୍ରହ ପାଇଁ ସହକର୍ମୀ ସନ୍ଧ୍ୟାରାଣୀ ଜେନାଙ୍କ ସହିତ ବିରାଶାଳ, ମାକୁଆକାଟେଣୀ ଆଦି ଗ୍ରାମକୁ ଯାଇ ଅପରାହ୍ନରେ ବାଇକ ରେ ଉଭୟ ଫେରୁଥିଲେ l କେନାଲ ରାସ୍ତାରେ ଫେରିବା ସମୟରେ ଵଜ୍ରାଘାତ ହୋଇଥିଲା l ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ l ରାସ୍ତାରେ ଯାଉଥିବା ପଥଚାରୀ ଙ୍କ ଦ୍ୱାରା ଉଭୟ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ସନ୍ତୋଷ ଙ୍କୁ ମୃତ ଘୋଷଣା କରିବା ପରେ ଗୁରୁତର ସନ୍ଧ୍ୟାରାଣୀଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ଗଣ ଧାରଣା ଓ ଆମରଣ ଅନଶନ: ପ୍ରଶାସନ ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ

Sunil Chandra Nayak

ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!