ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର 

ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର 

ଲୋଇସିଂହା,୭।୬ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବୁର୍ଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଲୋଇସିଂହା ପୋଲିସ ଶ୍ମଶାନରୁ ଶୁକ୍ରବାର ଉଦ୍ଧାର କରିଛି। ସମ୍ପୃକ୍ତ ମହିଳା ହେଲେ ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆ(୩୧)। ନମିତାଙ୍କ ବାପ ଘର୍‌ ଲୋକ ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର, ପୁତୁରା ଏବଂ ଅନ୍ତିିମ ସତ୍କାରରେ ସାମିଲ ହୋଇଥିବା କେତେକ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୋଲିସ ସୂଚନା ଅନୁଯାୟୀ, ବରଗଡ଼ ଜିଲା ଅତାବିରା ଥାନା ପାହାଡ଼ଶ୍ରୀଗିଡା ମା ଅଯୋଧ୍ୟା ସରାଫ, ବାପା ସମ୍ପଦ ସରାଫଙ୍କ ଝିଅ ନମିତାଙ୍କୁ ୧୫ ବର୍ଷ ତଳେ ଲୋଇସିଂହା ବୁର୍ଡା ଗ୍ରାମର ସୁଦାମ ବିବାହ କରିଥିଲେ। ଇତିମଧ୍ୟରେ ସେମାନଙ୍କ ଦୁଇ ପୁତ୍ର ସନ୍ତାନ ଅଛନ୍ତି। ନମିତାଙ୍କ ବଡ଼ ଭଉଣୀ ବବିତା କହିଛନ୍ତି, ବୁଧବାର ନମିତାଙ୍କ ସହ କଥା ହୋଇଥିଲେ। ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ କିଣି ଆସିଥିବା କହିଥିଲେ। ଏପରିକି ବଡ଼ପୁଅ ରୋହନ ନୂଆ ଫୋନ କିଣିବାକୁ ଜିଦ କରି ଟଙ୍କା ମାଗୁ ଥିଲା। କେଉଁଠୁ ଟଙ୍କା ଆଣି ବି କହିବାରୁ ତାଙ୍କୁ ଝାଡୁ ଧରି ମାଡ଼ ମାରି ଥିଲା। ହାତରେ ବାଲଟି ଧରି ଥିବାରୁ ପୁଅ ରୋହନର ମୁଣ୍ଡରେ ବାଲଟି ବାଜି ଆଘାତ ପ୍ରାପ୍ତ ହୋଇଥିଲା। ଶାଶୁ ଘର୍‌ ଲୋକେ ପୁଅ ଚିକିତ୍ସା କରାଇଥିଲେ। ଏହାପରଠୁ ସେମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳିଗୁଲଜ କରି ପୁଅକୁ ଦେଖିବାକୁ ଦେଇ ନ ଥିବା କହିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଗୁରୁବାର ରାତିରେ ମୋ ଭଉଣୀଙ୍କୁ ଜୀବନରେ ପିଟିପିଟି ମାରି ସେ ଅଭିଯୋଗ କରିଛନ୍ତି। ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଟ୍ରେନ ଲାଇନରେ ପକାଇ ଦେଇଥିଲେ। ପରେ ମୃତଦେହକୁ ଆଣି ଏକ ନିଛାଟିଆ ସ୍ଥାନରେ କିଛି ଗ୍ରାମବାସୀଙ୍କ ସହ ପରିବାର ଲୋକେ ପୋଡ଼ି ଦେଇଥିଲେ। ଭାଇମାନେ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟା ସନ୍ଦେହ କରି ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଲେ। ପରେ ସ୍ଥାନୀୟ ପୋଲିସ ଗାଁରେ ପହଞ୍ଚି ଥିଲା। ମୃତଦେହକୁ ସମ୍ପୃକ୍ତ ପରିବାର ଲୁଚାଛପାରେ ପୋଡ଼ି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଧରି ମୃତଦେହ ସତ୍କାର ସ୍ଥାନରେ ପୋଲିସ ପହଞ୍ଚି ନିଆଁ ଲିଭାଇ ଥିଲା। ସେତିକିବେଳକୁ ମୃତଦେର ୯୦ ଭାଗ ପୋଡ଼ି ଯାଇଥିଲା। ପୋଲିସକୁ ଦେଖି ଶବ ସତ୍କାର ଜାଗାରେ ଥିବା ସମ୍ପର୍କୀୟ ଛତ୍ର ଭଙ୍ଗ ଦେଇଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଡକାୟତି ଉଦ୍ୟମ ପଣ୍ଡ : ରାଉରକେଲା ପୋଲିସ୍ ଦ୍ବାରା ୫ ଅଭିଯୁକ୍ତ ଗିରଫ ଓ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

ଗ୍ରାହକ ସେବା କେନ୍ଦ୍ରରେ ଲକ୍ଷ୍ୟାଧିକ ଟଙ୍କା ଚଳୁ

Sunil Chandra Nayak

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!