ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥ‌ିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ 

ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥ‌ିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ 

କନ୍ଧମାଳ:ତା,୦୮/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ଏହି ଲୁଟର ବିସ୍ତୃତ ସୂଚନା ଦେଇଛନ୍ତି । ଲୁଟେରା ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଥାନା ଅଞ୍ଚଳର ବୋଲି ପୋଲିସ କହିବା ସହ ତା ନିକଟରୁ ଚୋରି ହୋଇଥିବା ୭ କିଲୋ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି । ଏହି ଲୁଟର ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତା ନାମରେ ବିଭିନ୍ନ ଜିଲ୍ଲାରେ ଲୁଟ ଅଭିଯୋଗରେ ଅନେକ ମାମଲା ରହିଛି । ଏହି ଲୁଟ ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ ରହିଛନ୍ତି । ସେମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖୁଛି । ତେଣୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡର ଠିକଣା ଗୋପନୀୟ ରଖାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ କହିଛନ୍ତି । ପୋଲିସର କହିବା ଅନୁଯାୟୀ, ଗତ ମାସ ୨୪ ତାରିଖରେ ବାଲିଗୁଡାର ରୂପା ବ୍ୟବସାୟୀ ସନ୍ୟାସୀ ନାୟକ ଏକ ରୂପା ଭର୍ତି ବ୍ୟାଗ ଧରି ବ୍ୟବସାୟ ଲାଗି ଯାଉଥିବା ସମୟରେ ପାଟଖଣ୍ଡା ସାହିରେ ଦୁଇଟି ବାଇକ ରେ ୩ ଜଣ ଲୁଟେରା ଆସି ତାଙ୍କ ଠାରୁ ରୂପା ବ୍ୟାଗ ଲୁଟି ନେଇ ପଳାଇଥିଲେ । ଏ ନେଇ ସନ୍ୟାସୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୧୯/୨୦ରେ ଏକ ମାମଲା ରୁଜୁ କରିବା ସହ ଥାନା ଅଧୂକାରୀ ସୁଶାନ୍ତ କୁମାର ସାହୁ ଲୁଟର ତନାଘନା ଆରମ୍ଭ କରିଥିଲେ । ଅଭିଯୁକ୍ତକୁ ଧରିବା ଲାଗି ବାଲିଗୁଡା ପୋଲିସ ଏକ ଟିମ ଗଠନ କରି ସି ସି ଟି ଭି କ୍ୟାମେରାରେ କଏଦ ହୋଇଥିବା ଅଭିଯୁକ୍ତ ଫଟୋକୁ ଆଧାର କରି ପୋଲିସ ମାଷ୍ଟର ମାଇଣ୍ଡ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟ ଲୁଟେରା ମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

Sunil Chandra Nayak

ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Sunil Chandra Nayak

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

masiha

Leave a Comment

error: Content is protected !!