ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗ୍ୟାସ ଗୋଦାମରୁ ଟଙ୍କା ଚୋରି ଘଟଣାରେ ୫ ଗିରଫ: ନବରଙ୍ଗପୁର ପୋଲିସ କୁ ମିଳିଛି ସଫଳତା 

ଗ୍ୟାସ ଗୋଦାମରୁ ଟଙ୍କା ଚୋରି ଘଟଣାରେ ୫ ଗିରଫ: ନବରଙ୍ଗପୁର ପୋଲିସ କୁ ମିଳିଛି ସଫଳତା 

ନବରଙ୍ଗପୁର–(ମ ନି ସ ) ନବରଙ୍ଗପୁର ସତ୍ୟମ ରୁରାଲ ଗ୍ୟାସ ବିତରକ ମାଲିକଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଗତ ୪ ତାରିଖ ଦିନ ସତ୍ୟମ ରୁରାଲ ଗ୍ୟାସ ବିତରକ ମାଲିକ ଅମୂଲ୍ୟ କୁମାର ସାହୁ ନବରଙ୍ଗପୁର ଥାନାରେ ଏତଲା ପ୍ରଦାନ କରିଥିଲେ । ତାଙ୍କର ଅନୁପସ୍ଥିତିରେ ତାଙ୍କ ପିତା ରାମ ଚନ୍ଦ୍ର ସାହୁ ଗ୍ୟାସ ବିତରଣ କାର୍ଯ୍ୟ ବୁଝିଥିଲେ । ଉକ୍ତ ଦିନ ମଧ୍ୟାନ୍ନ ପ୍ରାୟ ଦୁଇ ଘଣ୍ଟା ସମୟରେ ତାଙ୍କ ପିତା ଓ କର୍ମଚାରୀ ଗୋଦାମରେ ଗ୍ୟାସ ବିକ୍ରୟ ଟଙ୍କା ଗଣୁଥିବା ବେଳେ ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ମାନେ ଗୋଦାମ ଭିତରକୁ ପଶି ବଳ ପୂର୍ବକ ସେମାନଙ୍କ ଠାରୁ ୭୦ ହଜାର ଟଙ୍କା ଛଡେଇ ନେଇ ସେଠାରୁ ଏକ ମୋଟର ସାଇକେଲରେ ଯବାଗୁଡା ରାସ୍ତାରେ ଫେରାର ହୋଇ ଯାଇଥିଲେ । ଏହାକୁ ନେଇ ମାଲିକ ଏତଲା ଦେବା ପରେ ଏସ ପି ଙ୍କ ନିର୍ଦେଶ କ୍ରମେ ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଥାନା ଅଧିକାରୀ ,ଏସ ଆଇ ସବିର ଅହମ୍ମଦ , ଦେବାଶିଷ ସାହୁ ଏବଂ ଏ ଏସ ଆଇ ତୁସୀରାମ ପୂଜାରୀଙ୍କୁ ନେଇ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ଅବସରରେ ଗୋଦାମରେ କାର୍ଯ୍ୟରତ ଜଣେ ମହିଳାଙ୍କ ଭାଇ ଅମିତ ସୁନାକୁ ଟଙ୍କା ଆବଶ୍ୟକ ପଡିବାରୁ କୋଡିଙ୍ଗା ମାଝି ସାହିର ଜଗନ୍ନାଥ ମାଝି ଓ ରବୀନ୍ଦ୍ର ଯାନୀ ଓ ଦୁଇ ନାବାଳକଙ୍କ ସହାୟତାରେ ଏହି ଲୁଟ କରି ଏକ ଜଙ୍ଗଲରେ ସେମାନଙ୍କ ମଧ୍ୟରେ ଟଙ୍କା ବଣ୍ଟା ବଣ୍ଟି କରି ସେଠାରୁ ଚାଲି ଯାଇଥିଲେ । ସମସ୍ତ ଅଭିଯୁକ୍ତ ମାନଙ୍କୁ ୬ ତାରିଖରେ ଗିରଫ କରି ୭ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ମାନଙ୍କ ଠାରୁ ୫୫ ହଜାର ଟଙ୍କା ନଗଦ, ଗୋଟିଏ ମଟର ସାଇକେଲ ସହ ୪ ଗୋଟି ମୋବାଇଲ ଜବତ କରାଯାଇଛି । ନବରଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିବାହ ବନ୍ଧନ ହେଲା ସାତ ପର , ବିବାହ ର ତିନି ବର୍ଷ ନ ହେଉଣୁ ଶିଶୁ ପୁତ୍ର ସହ ଖେଳନା ବାପା ଙ୍କ ଘରେ 

Sunil Chandra Nayak

କକଡାଗୁଡା ରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ 

Sunil Chandra Nayak

୩ ଗଞ୍ଜେଇ ବେପାରୀ ଗିରଫ ସହ ୬ କେଜି ଚୋରା ଗଞ୍ଜେଇ ଏବଂ ଏକ ଅଟୋ ଗାଡ଼ି ଜବତ

masiha

Leave a Comment

error: Content is protected !!