ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏକ ତରଫl ପ୍ରେମ ନେଇ ନାବାଳିକା କୁ ହତ୍ୟା ଉଦ୍ୟମ

ଏକ ତରଫl ପ୍ରେମ ନେଇ ନାବାଳିକା କୁ ହତ୍ୟା ଉଦ୍ୟମ

ଜୁନାଗଡ଼,୨୧/୧୨(ମ ନି ସ) ଜୁନାଗଡ ଥାନା ଅନ୍ତର୍ଗତ କନ୍ଧ ବ୍ର।ହ୍ମଣୀଗୁଡା ଗ୍ରାମ ରେ ଏକତରଫା ପ୍ରେମ କୁ ନେଇ ଜଣେ ନାବାଳିକା କୁ ହତ୍ୟା ଉଦ୍ୟମ କରାଯାଇଛି l ଗୁରୁତର ଅବସ୍ଥାରେ ପୀଡିତl ନାବାଳିକା ଜିଲ୍ଲା ମୁଖ୍ୟଚିକିତ୍ସା ଲୟ ରେ ଚିକିତ୍ସାଧୀନଥିବା ବେଳେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି l ପ୍ରକାଶ ଯେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବlଦଳି ଗ୍ରାମ ର ପୀଡିତା ନାବାଳିକା (୧୪)ଜୁନାଗଡ ଥାନା ଅନ୍ତର୍ଗତ କନ୍ଧବ୍ରାହ୍ମଣୀଗୁଡା ମାମୁଁ ଘରକୁ ଆସିଥିଲେ l ବୁଧବାର ରାତ୍ରରେ ଗାଁ ରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପୀଡିତl ନାବାଳିକା ଶୌଚ ପାଇଁ ବାହାରିଥିଲେ l ଏହି ସମୟ ରେ ସେହି ଗ୍ରାମର ଜଣେ ଅଜଣା ଯୁବକ ସେଠାରେ ଉପସ୍ଥିତ ରହି ଗାମୁଛା ରେ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ l ଏହା ପରେ ଅଭିଯୁକ୍ତ ସେଠାରେ ପୀଡିତା ମୃତ୍ୟୁ ହୋଇଯାଇଥିବା ଭାବି ସେଠାରୁ ଫେରାର୍ ହୋଇଯାଇଥିଲା l ନାବାଳିକା ଜଣକ ମୁର୍ମୁଷୁ ଅବସ୍ତା ରେ ରାତି ସାରା ପଡି ରହିଥିଲେ l ଭୋର୍ ସମୟରେ ଗ୍ରାମବାସୀ ଯୁବତୀ ମୁର୍ମୁଷୁ ଅବସ୍ତା ରେ ପଡିଥିବା ଦେଖି ତାଙ୍କୁ ଉଦ୍ଧାର କରି ମାମୁଁ ଘର ଲୋକଙ୍କୁ ଖବର ଦେଇଥିଲେ l ତୁରନ୍ତ ନାବାଳିକା ଙ୍କୁ ଜୁନାଗଡ ଡାକ୍ତର ଖାନା ରେ ଭର୍ତି କରିଥିଲେ l ନାବାଳିକା ଅବସ୍ତା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା l ବର୍ତମାନ୍ ପୀଡିତl ନାବାଳିକା ଅବସ୍ତା ସ୍ଥିର ଥିବା ଜଣାପଡ଼ିଛି l ଏ ସଂକ୍ରାନ୍ତରେ ପୀଡିତl ର ମାମୁଁ ଛବି ବିହାରି ଜୁନାଗଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏସଂକ୍ରାନ୍ତରେ ଜୁନାଗଡ ଥାନା କେଶ୍ ନ୍ ୪୮୮/୨୩ଅନୁଯାଇ ଆଇ ପି ସି ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜୁନାଗଡ ଥାନା ଅଧିକାରୀ ଶେଷ ଦେବ ବେହେରା ପ୍ରକାଶ କରିଛନ୍ତି lହେଲେ ଏହି ଘଟଣା ଏକ ଏକତରଫା ପ୍ରେମ ଜନିତଘଟଣାକୁ ନେଇ ହୋଇଥିବା ସନ୍ଦେହ କରା ଯାଉଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୋର୍ଟ !ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ 

masiha

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ଚାକିରି ନାଆଁରେ ଠକେଇ

masiha

Leave a Comment

error: Content is protected !!