ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ

ବସ୍ତା,୭।୧୨(ନିପ୍ର): ବସ୍ତା ବ୍ଲକ୍ ସିଂଲା ପଞ୍ଚାୟତ ଅନ୍ତର୍ଗତ ଜାମଶୁଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ସାହୁଙ୍କର ବୁଧବାର ସନ୍ଧ୍ୟାରେ ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।ସୂଚନା ଅନୁସାରେ ସ୍ବର୍ଗତ ସାହୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ଜଳେଶ୍ବର ବ୍ଲକ୍ ମହମ୍ମଦନଗର ପାଟଣାସ୍ଥିତ କୁବାଡ଼ିଆ ସେବାଶ୍ରମରୁ ପ୍ରଧାନ ଶିକ୍ଷକ ଭାବେ ୨୦୦୫ ରେ ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ମନୋନିବେଶ କରିବା ସହ ସଦାସର୍ବଦା ଦୁଃଖୀ ଓ ଦରିଦ୍ରଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ଛାତ୍ର ବତ୍ସଳ,ମିଷ୍ଟଭାଷୀ,ପରୋପକାରୀ,ସମୟାନୁବର୍ତ୍ତିତା ପାଇଁ ଆଦର୍ଶ ଶିକ୍ଷକ ଭାବେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସେ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହେବାନେଇ ଗତ ୬/୭ ମାସ ତଳେ ଜଣା ପଡ଼ିବା ପରେ ଭୁବନେଶ୍ବର ସ୍ଥିତ ଏମ୍ସ୍ ହସ୍ପିଟାଲର ଅଭିଜ୍ଞ କର୍କଟ ରୋଗ ବିଶେଷଜ୍ଞଙ୍କ ଅଧୀନରେ ଚିକିତ୍ସାଧୀନ ଥିଲେ।ପରେ ଜାମଶୁଳି ସ୍ଥିତ ବାସଭବନରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଥିଲା।ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ବିପିନ ବିଶ୍ବାଳ,ସହପାଠୀ ବେଣୁଧର ଗିରି, ରବୀନ୍ଦ୍ର ଦେ,ହେମନ୍ତ ସାହୁ, ଭଗବାନ ଗିରିଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ,ଝିଅ ଜ୍ବାଇଁ, ପୁତୁରା,ଝିଆରୀ,ନାତି ନାତୁଣୀ,ଗ୍ରାମବାସୀ,ବନ୍ଧୁବାନ୍ଧବ ତଥା ଶୁଭାକାଂକ୍ଷୀ ମାନେ ଉପସ୍ଥିତ ରହି ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କୁ ଶାନ୍ତ୍ବନା ଜଣାଇଥିଲେ।ବଡ଼ ପୁତୁରା ହିମାଂଶୁ ଶେଖର ସାହୁ ମୁଖାଗ୍ନି ଦେଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

masiha

ପର୍ଲା ଠାରେ ଫାଣ୍ଡି ସ୍ଥାପନ ନେଇ ଜମି ଚିହ୍ନଟ

masiha

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

masiha

Leave a Comment

error: Content is protected !!