ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଅଭିଯୋଗରେ ୪ଗିରଫ 

ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଅଭିଯୋଗରେ ୪ଗିରଫ 

ଭଞ୍ଜନଗର,୦୭/୭ ବେଆଇନ ବନ୍ଧୁକ ରଖି ଅପରାଧିକ କାର୍ଯ୍ୟକଳାପ ରେ ନିଜକୁ ସାମିଲ କରିଥିବା ଅପରାଧିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ରୂପରେଖ ପ୍ରସ୍ତୁତ କରିଛି। ସମାଜରେ ବେଆଇନ ବନ୍ଧୁକ ଦ୍ବାରା ଅପରାଧ ସୃଷ୍ଟି କରିବା ଭଳି ଅପସଂସ୍କୃତିକ ଜମାରୁ ପ୍ରଶୟ ଦିଆଯିବ ନାହିଁ ବୋଲି ମଙ୍ଗଳବାର ଭଞ୍ଜନଗର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ ଅଧିକାରୀ ଡ. ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ଭଞ୍ଜନଗର ପୁଲିସ ଏକ ବଡ଼ ଧରଣର ଅପରାଧୀ ଗୋଷ୍ଠିକୁ କାବୁ କରିବାରେ ସକ୍ଷମ ହୋଇଥିବା ସୂଚନା ଦେଇଛି। ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଯୋଜନା କରିବା ଅଭିଯୋଗରେ ୪ ଜଣକୁ ମଙ୍ଗଳବାର ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼କୋଦଣ୍ତା ଗ୍ରାମର ପିଣ୍ଟୁ ସେଠୀ,ଅନୀଲ ସାଇଁ,ବାଳକୃଷ୍ଠ ବିଷୋୟୀ ଓ ସୁବାଷ ଚନ୍ଦ୍ର ପାଢ଼ୀ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା,ଏସଆଇ ସମୀର କୁମାର ସେଠୀ,ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ,ଅଭିଯୁକ୍ତ ମାନେ ଭଞ୍ଜନଗର ଥାନା ମଳାସପଦର ରାସ୍ତାରେ ଦାଦା ବଟି ମାଗିବା ପାଇଁ ଚେଷ୍ଟା କରୁଥିଲେ। ଏସଂର୍ପକରେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ଅଭିଯୁକ୍ତମାନଙ୍କୁ କାବୁ କରି କେସ ନମ୍ବର ୬୪୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହ ଗୋଟିଏ ସିଙ୍ଗଲ ରାଉଣ୍ଡ ଓ ୯ ଏମ୍ଏମ୍‌ ପିସ୍ତଲ ଜବତ କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ପୁଲିସ ୪୦ ବନ୍ଧୁକ ଜବତ କରିବା ସହ ପେସାଦାର ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବନ୍ଧୁକ ଅପସଂସ୍କୃତି ବିରୋଧରେ ଅଭିଯାନ ଚାଲିଛି। ଭଞ୍ଜନଗର ପୁଲିସ ଉପଖଣ୍ଡର ବିଭିନ୍ନ ଥାନା ଇଲାକାରେ ବେଆଇନ ବନ୍ଧୁକ ରଖି ଅପାରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରୁଛି। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଗାମୀ ଦିନରେ ଯେଉଁ ମାନେ ଏଭଳି ଅସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ତାଙ୍କ ସଂର୍ପକରେ ତଦନ୍ତ ସହ ବେଆଇନ ବନ୍ଧୁକ ରଖିଥିବା ସନ୍ଦିଗ୍ଧଙ୍କ ତାଲିକ ପ୍ରସ୍ତୁତ ହୋଇଛି। ସେମାନଙ୍କ ଉପରେ ନିରନ୍ତର ନଜର ରଖି ସେମାନଙ୍କୁ ଧରିବା ପାଇଁ ପ୍ରୟାଶ ଜାରି ରହିଛି ବୋଲି ଏସ୍‌ଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Related posts

ତିର୍ତ୍ତୋଲରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ହାଇୱା ଜବତ !

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

masiha

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

masiha

Leave a Comment

error: Content is protected !!