ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଲଗାଣ ବର୍ଷାରେ ଜଳମଗ୍ନ ଧାନ କ୍ଷେତ,୨- ବିନା ଫଳକରେ ଓ ପ୍ରବଳ ବର୍ଷାରେ ନିମ୍ନମାନର ରାସ୍ତା କାର୍ଯ୍ୟ ନିର୍ମାଣ

ଲଗାଣ ବର୍ଷାରେ ଜଳମଗ୍ନ ଧାନ କ୍ଷେତ

ଢେ଼ଙ୍କାନାଳ -nଲଘୁଚାପଜନିତ ଲଗାଣ ବର୍ଷାରେ ଗଁଦିଆ ବ୍ଳକରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏକର ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି। ବିଶେଷ କରି ନଦୀକୂଳିଆ ସମସ୍ତ କ୍ଷେତରେ ବର୍ଷା ଜଳ ଜମି ରହିଥିବା ବେଳେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ରୁଆ କ୍ଷେତରେ ପାଣି ଜମି ରହିବା ଦ୍ଵାରା ଧାନ ସବୁ ପଚିବାକୁ ବସିଲାଣି। ବ୍ରାହ୍ମଣୀ ନଦୀ କୂଳରେ ଥିବା ବ୍ଳକର ସୀମାନ୍ତ ଗ୍ରାମପଞ୍ଚାୟତ କାଲୁରିଆ,ବାଇଁଶିଆ,କରମୂଳ, ମନ୍ଦାର,ଦିଗାମ୍ବରପୁର,କାଶୀପୁର,ଖଣ୍ଡବନ୍ଧ ଓ ପିଙ୍ଗୁଆରେ ବ୍ୟାପକ ଫସଲ ହାନି ଘଟିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୃଷି ବିଭାଗ ଓ ରାଜସ୍ଵ ବିଭାଗର ପାଦ ପଡିନି। ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳ ବୁଲି ଲଗାଣ ବର୍ଷା ଓ ନଦୀର ବଢ଼ି ପାଣିରେ କ୍ଷୟକ୍ଷତି ଆକଳନ ହୋଇନଥିବା ଅଭିଯୋଗ ହୋଇଛି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ ନିମନ୍ତେ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

ବିନା ଫଳକରେ ଓ ପ୍ରବଳ ବର୍ଷାରେ ନିମ୍ନମାନର ରାସ୍ତା କାର୍ଯ୍ୟ ନିର୍ମାଣ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁର୍ନୀତି ଓ ସରକାରୀ ଟଙ୍କା ଆତ୍ମସାତର ଗନ୍ଧ ସ୍ପଷ୍ଟ ବିଭିନ୍ନ ସ୍ଥାନରେ ନିମ୍ନମାନର ନିର୍ମାଣକାର୍ଯ୍ୟ ବାରି ହେଉଥିବାବେଳେ ହିନ୍ଦୋଳ ଉପଖଣ୍ଡରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବିଭାଗ ପକ୍ଷରୁ ରାଜନୈତିକ ମାଫିଆଙ୍କ ସହ ମିଶି କରାଯାଇଛି ହେଲେ ସମସ୍ତେ ଆଖି ବୁଜି ଦେଇଛନ୍ତି। କିପରି ଦିନ ଦ୍ୱିପହରରେ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ସରକାରୀ ଟଙ୍କା ମିଳିମିଶି ହରିଲୁଟ ହେଉଛି। ସେହିପରି ତରଭରିଆ ଭାବରେ ବିନା ସୂଚନାଫଳକରେ ହେଉଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ରାସୋଳ ନାଉକିଆରୀ ବୁହାଳିପାଳ ନିକଟ ଦେଇ କୁନୁଆଁ ପଞ୍ଚାୟତକୁ ଯାଇଥିବା ଆରଡ଼ି ରାସ୍ତାର ନିକଟରେ ରାସ୍ତା ଦୁଇ ପାର୍ଶ୍ବ ଗାର୍ଡୱାଲ ନିର୍ମାଣ ଚାଲିଛି। ଏହା କେଉଁ ବିଭାଗର କାର୍ଯ୍ୟ,ଅଟକଳ ମୂଲ୍ୟ କେତେ,କେଉଁ ହେଡ଼ରେ କାର୍ଯ୍ୟ କୌଣସି ସୂଚନାଫଳକ ନଥିବାବେଳେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବା ସହ ନିକଟ ବିଲରୁ ମାଟି ଉପଖଣ୍ଡର ବିଭିନ୍ନ ବିଭାଗରେ ସରକାରୀ ଅଧିକାରୀ ଓ ରାଜନୈତିକ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦିବାଲୋକରେ ଲକ୍ଷାଧିକ ସରକାରୀ ଟଙ୍କା ମିଳିମିଶି ହରିଲୁଟ୍ ହେଉଥିବା ଜଳଜଳ ହୋଇ ଦିଶୁଛି! ସାଧାରଣ ଜନତାଙ୍କ ଟିକସ ଟଙ୍କା ଏଭଳି ପାଣିରେ ପଡ଼ୁଥିବାରୁ ହିନ୍ଦୋଳ‌ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ନିମ୍ନମାନର ଗାର୍ଡୱାଲ ନିର୍ମାଣରେ ୧୦ଲକ୍ଷ ଟଙ୍କାର କାର୍ଯ୍ୟ ହେଉଥିବା ଜନସାଧାରଣ କାର୍ଯ୍ୟ ସ୍ଥଗିତ ରଖିବା ସହ ସଂପୂର୍ଣ୍ଣ ଘଟଣାର ଉଚସ୍ତରୀୟ ତଦନ୍ତ କରି ବିଡ଼ିଓ,ନିର୍ବାହୀ ଯନ୍ତ୍ରୀଙ୍କୁ କଲେ ସେ ଫୋନ ଉଠାଉ ନାହାନ୍ତି ଏବଂ ସେହିପରି ଆରଡ଼ି ବିଭାଗର ଯନ୍ତ୍ରୀ ଏହା ତାଙ୍କ କାମ ନୁହେଁ ବୋଲି ସେ କ‌ହିଛନ୍ତି। ତେବେ ଏଥିରୁ ଦୁର୍ନୀତି ଓ ସରକାରୀ ଟଙ୍କା ଆତ୍ମସାତର ଗନ୍ଧବାରି ହେଉଥିବାବେଳେ ହିନ୍ଦୋଳ ଉପଖଣ୍ଡରେ ବିଭାଗ ପକ୍ଷରୁ ରାଜନୈତିକ ମାଫିଆଙ୍କ ସହ କିପରି ଦିନ ଦିପହରରେ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ସରକାରୀ ଟଙ୍କା ମିଳିମିଶି ହରିଲୁଟ ହେଉଛି ଜଳଜଳ ଦେଖାଯିବା ସହ ଏହାର ସଂପୂଣ୍ଣ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ। ଉପଖଣ୍ଡର ବିଭିନ୍ନ ବିଭାଗରେ ସରକାରୀ ଅଧିକାରୀ ଓ ରାଜନୈତିକ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ସରକାରୀ ଟଙ୍କା ମିଳିମିଶି ହରିଲୁଟ୍ ହେଉଥିବା ଜଳଜଳ ହୋଇ ଦିଶୁଛି। ଟିକସ ଟଙ୍କା ଏଭଳି ପାଣିରେ ପଡ଼ୁଥିବାରୁ ହିନ୍ଦୋଳବାସୀଙ୍କ ମଧ୍ୟରେ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇଛି। ତୁରନ୍ତ ଏହି ନିମ୍ନମାନର ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ସହ ସମ୍ପୁର୍ଣ ଘଟଣାର ଉଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ଡିସେମ୍ବର ୨୨ରୁ। ସମ୍ବର୍ଦ୍ଧିତ ହେବେ ପାଞ୍ଚପିଢିର କଳାକାର

Sunil Chandra Nayak

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

masiha

ଯୁବ ଚେତନାର ଅମୃତ ସ୍ୱର : ଜ୍ଞାନ ରଂଜନ ସାହୁ

Sunil Chandra Nayak

Leave a Comment

error: Content is protected !!