ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି :ବସ୍ତରେନ ମାଉଲିଙ୍କ ‘ଅଷାଢ଼କେନା’ ଯାତ୍ରା ସମ୍ପନ୍ନ କଣ୍ଟା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଲେ ଦେବୀ

କଳାହାଣ୍ଡି :ବସ୍ତରେନ ମାଉଲିଙ୍କ ‘ଅଷାଢ଼କେନା’ ଯାତ୍ରା ସମ୍ପନ୍ନ

କଣ୍ଟା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଲେ ଦେବୀ

କୋକସରା ବ୍ଲକ ଟେମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ବସ୍ତରେନ ମାଉଲିଙ୍କ ବାର୍ଷିକ ମଣ୍ଡଇ ଓ ଅଷାଢକେନା ଯାତ୍ରା ଶୁକ୍ରବାର ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି। ମଣ୍ଡେଇ ହାଟ ପରିକ୍ରମା ସହ ଶ୍ରଦ୍ଧାଳୁ ମାନଙ୍କୁ କଣ୍ଟା ଦୋଲିରେ ଝୁଲି ଦେବୀ ମା’ ବସ୍ତେରେନ ମାଉଳୀ ଦର୍ଶନ ଦେଇଛନ୍ତି। କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା, ମାଝିଗୁଡାର ବରସଲ୍ ମାଝୀ ସମେତ ନିମନ୍ତ୍ରିତ ବିଭିନ୍ନ ଦେବାଦେବୀ ମାନେ ସାମିଲ ହେବାପରେ ପୁଝାରୀ ଓ ଗୌନ୍ତିଆ ଘରୁ ଦେବା ଦେବୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ଦେବାଦେବୀଙ୍କ ଲାଠି କାଲିଶୀ ଗହଣରେ ପାରମ୍ପାରିକ ବାଦ୍ୟର ବଜେଇ ବସ୍ତେରେନ ମାଉଳୀ ଦେବୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପ୍ରାଥମିକ ପୂଜା ଆରମ୍ଭ ହେବାପରେ ମଣ୍ଡେଇ ହାଟକୁ ତିନି ଥର ପରିକ୍ରମା କରିବା ସହିତ କଣ୍ଟା ଦୋଲିରେ ଝୁଲି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏହା ପରେ ମାନସିକଧାରୀ ଭକ୍ତମାନେ ମାନସିକ ପୁରଣ ହୋଇଥିବାରୁ ଦେବୀଙ୍କ ନିକଟରେ ରକ୍ତ ଭୋଗ ଓ ଶୁକ୍ଲ ଭୋଗ ଅର୍ପଣ କରିଥିଲେ। ପୁଜକ ଚିତ୍ରସେନ ମାଝି ସମସ୍ତ ପୂଜାର୍ଚ୍ଚନା ସମ୍ପାଦକ କରିଥିବାବେଳେ ପୁଝାରୀ ପରମେଶ୍ବର ପୁଝାରୀ, ଶିରା ସୁରେଶ ଚନ୍ଦ୍ର ମାଝୀ, କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସୁଧିର କୁମାର ପାତ୍ର, ଅଶୋକ କୁମାର ଦାସ, ସୁଦାମ ପୁଝାରୀ, ଚକାଡୋଳା ପାତ୍ର, ଅଭିରାମ ଲଦୁଆ, ହେମନ୍ତ ବାଣୁଆ, ମିନକେତନ ସାହୁ, ଦୁଷ୍ମନ୍ତ କୁମାର ପାତ୍ର, ଗୋପିନାଥ ସୁନାନୀ, ବୃନ୍ଦାବନ ସତନାମୀ, କମଣ୍ଡଳ ପଟେଲ, ଲଳିତ ସତନାମୀ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ନିମନ୍ତେ କୋକସରା ଥାନା ପୋଲିସ ନିୟୋଜିତ ହୋଇଥିଲେ, କମିଟି ପକ୍ଷରୁ ମଧ୍ୟ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୋଲାମୁଣ୍ଡା ବ୍ଲକସ୍ତରୀୟ କୃଷକ ସମ୍ବାଦ ଉତ୍ସବ ଓ ଜୈବିକ ସାର କର୍ମଶାଳା ଅନୁଷ୍ଠିତ: ଜୈବିକ ଚାଷ ଉପରେ ଗୁରୁତ୍ୱ

Sunil Chandra Nayak

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

Sunil Chandra Nayak

ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଅନୁପସ୍ଥିତତାକୁ ନେଇ ଚାଷୀଙ୍କ ମହଳରେ ଅସନ୍ତୋଷ,

masiha

Leave a Comment

error: Content is protected !!