ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ ସ୍ଥିତ ମା ଦୁର୍ଗାଙ୍କ ଶକ୍ତି ପୀଠରେ ଧୁମଧାମରେ ପାଳିତ ହୋଇଛି କନ୍ୟା ପୂଜନ 

ଧର୍ମଗଡ ସ୍ଥିତ ମା ଦୁର୍ଗାଙ୍କ ଶକ୍ତି ପୀଠରେ ଧୁମଧାମରେ ପାଳିତ ହୋଇଛି କନ୍ୟା ପୂଜନ 

ନାରୀଶକ୍ତି ହିଁ ସର୍ବଶକ୍ତି । ମାତୃଶକ୍ତି ହିଁ ସକଳ ଶକ୍ତିର ଆଧାର । ନବରାତ୍ରୀରେ ନବ ଦିନାତ୍ମକ ପୂଜା ସହିତ କନ୍ୟା ପୂଜନର ବିଧି ରହିଛି । ନବରାତ୍ର ସମୟରେ ଜଗତଜନନୀ ମା’ ଦୁର୍ଗାଙ୍କୁ ୯ଟି ରୂପରେ ପୂଜା କରାଯାଏ । ନବମୀ ଦିନ କନ୍ୟା ପୂଜନ କରାଯାଏ। କଲାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ବ୍ରଜମୋହନ ପଂଚଦେବ ରାଧାକୃଷ୍ଣ ମନ୍ଦିର ପରିସର ରେ ଥିବା ମା ଦୁର୍ଗାଙ୍କ ଶକ୍ତି ପୀଠରେ ଧୁମଧାମରେ ପାଳିତ ହୋଇଛି ଏହି କନ୍ୟା ପୂଜନ । 

 କୁଆଁରୀ କନ୍ୟାଙ୍କୁ ଦେବୀଙ୍କ ନଅଟି ସ୍ୱରୂପରେ ସୁସଜ୍ଜିତ କରି ପୂଜା କରିଥାନ୍ତି ବ୍ରତଧାରୀ। କୁମାରୀ କନ୍ୟା ମାନଙ୍କ ମଥାରେ କୁମକୁମ୍, ପାଦରେ ଅଳତା ଓ ମୁଣ୍ଡରେ ନାଲି ଓଢ଼ଣୀ ପକାଇ ସଜେଇ ହୋଇଥିଲେ କୁନିକୁନି ଝିଅ। କୁମାରୀ ଝିଅମାନଙ୍କୁ ପୂଜା କରିବା ସହ ପାଦ ଧରି ମୁଣ୍ଡିଆ ମାରିଥିଲେ ଓ ଉପହାର ବି ଦେଇଥିଲେ ମାନସିକଧାରୀ ।  

ଏହା ସହିତ ରାଧାକୃଷ୍ଣ ପଂଚଦେବ ମନ୍ଦିର ପରିସରରେ ସ୍ଥିତ ମା ଦୁର୍ଗାଙ୍କ ମନ୍ଦିରରେ ବାସନ୍ତିକ ଦୁର୍ଗାପୂଜା ର ପୂର୍ଣ୍ଣାହୂତି ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମା ଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ 

masiha

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

masiha

ଟୋକିମରା ପରବ ସହ ଶେଷ ହେଲା ଧାଙ୍ଗଡି ଦୋଳା ପରବ 

Sunil Chandra Nayak

Leave a Comment

error: Content is protected !!