ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୯ ତାରିଖରୁ ୧୫ତାରିଖ ପଯ୍ୟନ୍ତ ୭ ଦିନ ଧରି ଚାଲିବ ମା ତାରିଣୀଙ୍କ ଏହି ଚଇତି ପର୍ବ।୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପାଳିତ ହେଉଛି ମାଙ୍କ ଏହି ଚଇତି ପର୍ବ। ଆଜି ସକାଳୁ ମା ତାରିଣୀଙ୍କୁ ବିଶେଷ ପୂଜା ନୀତି ସହ ମାର୍ଜନା, ମଙ୍ଗଳ ଆଳତି,ସ୍ନାନ, ମହାସ୍ନାନ, ବଡ଼ସିଂହାର ବେସ, ଷୋଡ଼ଶ ଉପଚାର ରେ ପୂଜା,ଭାଗବତ ପାରାୟଣ ସହ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ ତାରିଣୀଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଚଇତି ପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ତିରିଂ ବ୍ଳକ!ବଡଡାଳିମା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଧୂମଧାମରେ ପାଳିତ 

masiha

ତୁଟିଲା ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦ, ସ୍ଵାଭାବିକ ହେଲା ଲିଙ୍ଗରାଜଙ୍କ ନିତିକାନ୍ତି

Sunil Chandra Nayak

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

Sunil Chandra Nayak

Leave a Comment

error: Content is protected !!