ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍ (କର୍ମଚାରୀ)ଙ୍କ ଦ୍ଵାରା ପବିତ୍ର ମହାଶିବରାତ୍ରୀ ଜାଗର ଅବସରରେ ଏକ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ କପିଳାସ ପାହାଚ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ସମସ୍ତ ଆମ୍ବୁଲାନ୍ସ କର୍ମଚାରୀ ଦିନ ରାତି ସେବା ଯୋଗାଇ ଆସୁଥିବା ବେଳେ ପୁଣି  ଏହା ଏକ ନିଆରା ପ୍ରୟାସ । ଲୋକଙ୍କର ପ୍ରଶଂସା ଓ ଦହି ସର୍ବତ ର ସ୍ୱାଦ କପିଳାସ ଆସୁଥିବା ଭକ୍ତମାନଙ୍କ ମନ କିଣିଛି। ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଏହି ଦହି ସରବତ ପିଇ ତୃଷ୍ଣା ମେଣ୍ଟାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଆମ୍ବୁଲାନ୍ସ ଷ୍ଟାଫ୍ ବେତୁଜୀ ପ୍ରସାଦ, ତପନ ମଲ୍ଲିକ, ଚନ୍ଦ୍ରଶେଖର ମାଟିଆ, ସମାଜସେବୀ ରାଜା ରାଉତ, ସ୍ବଚ୍ଛାସେବୀ ଅନୁଷ୍ଠାନ “ତୁଳସୀ” ର ସଭାପତି ଶ୍ରୀମତୀ ଲେଙ୍କା ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯକ୍ରମ ରେ ସହଯୋଗ କରିଥିଲେ।

ଢେ଼ଙ୍କାନାଳ ଗନ୍ଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ଦଶପୁର ସରପଞ୍ଚ ଙ୍କ ମହାନତା ଅଂଚଳରେ ଭୁରି ଭୁରି ପ୍ରଶଂସା

ଜୁନାଗଡ଼ ଓ ଚିଲିଗୁଡ଼ାରେ ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

masiha

ନୂଆପଡ଼ାରେ କ୍ଷୁଦ୍ର ଜଳସେଚନ ବିଭାଗର ସମୀକ୍ଷା ବୈଠକ: ପ୍ରକଳ୍ପଗୁଡ଼ିକୁ ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!