ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘଞ୍ଚ ଜଙ୍ଗଲ ଭିତରେ ଐତିହାସିକ ଯୁଗର ବହୁ ପୁରାତନ ହାତୀଗୀର୍ଜା

କାମାକ୍ଷାନଗର (ମ ସୀ ହା)୦୪/୦୫// ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଓ କାମାକ୍ଷାନଗର ସୀମାନ୍ତରେ ଅନନ୍ତପୂର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହାତୀ ଗିର୍ଜା ଅବସ୍ଥିତ । ରାଜା ରାଜୁଡ଼ା ସମୟରେ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂଦେଓ ଏହି ହାତୀ ଗିର୍ଜାଟି ନିର୍ମାଣ କରି ଏଠାରେ ଜଙ୍ଗଲି ହାତୀମାନଙ୍କୁ ଧରୁଥିଲେ ।ଏହି ହାତୀ ବାଡଟି ୮ଫୁଟ୍ ଓସାର ଥିବାବେଳେ ହାତୀ ଘରଟି ଅଧା ଏକର ଜାଗାରେ ଏପରି ନିର୍ମାଣ ହୋଇଛି ଦେଖିଲେ ଆଖି କୁ ବିଶ୍ୱାସ ହେଉନାହିଁ l ଏହାକୁ ଗେଙ୍ଗୁଟି ଚୂନ ଓ ପଥରରେ ନିର୍ମାଣ କରିଥିଲେ। ସେହି ସମୟରେ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ଆସି ପ୍ରଥମେ ଗିର୍ଜା ପାଖରେ ଥିବା ମାଆ ଗମ୍ଭାରିଆ ଠାକୁରାଣୀଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ହାତୀ ଧରା ପ୍ରକ୍ରିୟା ଆରମ୍ଭ କରିଥାନ୍ତି l ଗୋଟିଏ ପାଖରେ ପ୍ରଜାମାନେ ରହି ହାତୀକୁ ଆଡି କରି ଗିର୍ଜା ଆଡ଼କୁ ଘଉଡେ଼ଇ ଥାଆନ୍ତି ସେହି ସମୟରେ ଗିର୍ଜା ଭିତରେ ଏକ ପୋଷା ହାତୀ ହାତୀମାନଙ୍କୁ ଡାକି ଥାଏ ଯେତେବେଳେ ହାତୀମାନେ ଆସି ଗିର୍ଜା ଭିତରକୁ ପଶନ୍ତି ସଙ୍ଗେ ସଙ୍ଗେ ଉପରେ ଥିବା କଣ୍ଟା କବାଟ ଟି ପଡ଼ିଯାଏ l ହାତୀ ମାନେ ସେଠାରୁ ଆଉ ବାହାରି ପାରନ୍ତି ନାହିଁ । ଭିତରେ ଥିବା ପୋଷା ହାତୀ ସେହି ଜଂଗଲୀ ହାତୀ ମାନଙ୍କୁ ବାନ୍ଧି ପିଟି ପିଟି ପୋଷା ମନେଇଁ ରାଜବାଟିକୁ ନେଇଥାଏ। ଏହି ହାତୀ ଗୀର୍ଜା ଟି ଦୁଇଟି ପାହାଡ଼ ମିଶ୍ରଣର କେନ୍ଦ୍ରରେ ଏକ ସମତଳ ଜାଗା ,ତା ଭିତରେ କୁଳୁକୁଳୁ ନାଦେ ବହି ଯାଉଥିବା ଝରଣାଟି ପର୍ଯ୍ୟଟକ ମାନଙ୍କୁ ଦୃଷ୍ଟି ଆକର୍ଷଣ କରିଥାଏ।ହେଲେ ଦୁଃଖର ବିଷୟ ଇତିହାସର ଏହି ହାତୀ ଘରଟି ଭାଙ୍ଗିବାକୁ ବସିଲାଣି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି: ମହାସମାରୋହରେ ପାଳିତ ହେଲା ଡଙ୍ଗରଗଡ଼ ମହୋତ୍ସବ

masiha

ମୁନିଗୁଡା ବାଇପାସ୍ ରାସ୍ତା ନିର୍ମାଣ ନେଇ ବିଭାଗୀୟ ଅଧିକାରୀଙ୍କ ସହ ବିଜେଡି ଓ ବଣିକ ସଙ୍ଘ ନେତାଙ୍କ ସହ ଆଲୋଚନା

Sunil Chandra Nayak

ଗାଁ କୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

Sunil Chandra Nayak

Leave a Comment

error: Content is protected !!