ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଵ୍ଳକ ପଡ଼ିଆ କୁଢ଼ କୁଢ଼ ଆବର୍ଜନାରେ ଭରପୁର; ୧୧ ଦିନ ହେଲା ରଥ ମୀନା ବଜାର ମେଳା ସରିଲାଣି ; ପ୍ରଦୂଷଣ ବୃଦ୍ଧି ପାଉଛି ,ପାଖରେ ରାଇରଙ୍ଗପୁର ମହାବିଦ୍ଯାଳୟ ଛାତ୍ରାବାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଛାତ୍ରାବାସ; ; ସାଧାରଣରେ ପ୍ରଶ୍ନ କଚରା ଉଠାଇବ ମ୍ଯୁନସିପାଲିଟି ନା ରଥ କମିଟି ?ପ୍ରଶାସନ ଦୃଷ୍ଟି ଦେବାପାଇଁ ଛାତ୍ରଛାତ୍ରୀଙ୍କ ଦାବି 

ରାଇରଙ୍ଗପୁର ଵ୍ଳକ ପଡ଼ିଆ କୁଢ଼ କୁଢ଼ ଆବର୍ଜନାରେ ଭରପୁର; ୧୧ ଦିନ ହେଲା ରଥ ମୀନା ବଜାର ମେଳା ସରିଲାଣି ; ପ୍ରଦୂଷଣ ବୃଦ୍ଧି ପାଉଛି ,ପାଖରେ ରାଇରଙ୍ଗପୁର ମହାବିଦ୍ଯାଳୟ ଛାତ୍ରାବାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଛାତ୍ରାବାସ; ; ସାଧାରଣରେ ପ୍ରଶ୍ନ କଚରା ଉଠାଇବ ମ୍ଯୁନସିପାଲିଟି ନା ରଥ କମିଟି ?ପ୍ରଶାସନ ଦୃଷ୍ଟି ଦେବାପାଇଁ ଛାତ୍ରଛାତ୍ରୀଙ୍କ ଦାବି 

ରାଇରଙ୍ଗପୁର – ୫/୮ — ରାଇରଙ୍ଗପୁର ରଥଯାତ୍ରା ଜୁନ ୨୭ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ବ୍ଳକ ପଡ଼ିଆରେ ଜୁଲାଇ ୨୫ ପର୍ଯ୍ୟନ୍ତ ମୀନା ବଜାର ଲାଗି ରହିଥିଲା ।ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ, ରାଇରଙ୍ଗପୁର ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବା ସହ ବିଶେଷ ଆକର୍ଷଣ ବ୍ଳକ ପଡ଼ିଆରେ ମୀନା ବଜାର ପରିଦର୍ଶନ ସହ ନିଜ ମନ ପସନ୍ଦର ଜିନିଷ ପତ୍ର କିଣାକିଣି କରୁଥିଲେ ।ଏହି ମେଳାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ,ଜରି,ଛିଡ଼ା,ପାଲ,ପୋଲିଥିନ, ଅଇଁଠା ଖଲିପତ୍ର ଚାରିଆଡ଼େ ପଡ଼ିଛି ।ମାସାଧିକ ହୋଇଗଲାଣି ଚାରିଆଡ଼େ ପଚା ଦୁର୍ଗନ୍ଧ,ମଶା,ମାଛି,ଡେଙ୍ଗୁ ମାଛି ଭଣ ଭଣ ହେଉଛନ୍ତି । ଚାରିଆଡେ ଖାଲ ଖମାଲ ଯୋଗୁଁ ପଚା ପାଣି ପଡି ରହିଛି ।ଚାରିଆଡେ ଦୁର୍ଗନ୍ଧରେ ନାକ ପାଟି ଯାଉଛି ।ଏହି ପଡିଆକୁ ଲାଗି ରାଇରଙ୍ଗପୁର ମହାବିଦ୍ଯାଳୟ ଛାତ୍ରାବାସ,ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଏବଂ ତାଙ୍କ ଛାତ୍ରାବାସ ରହିଛି ।ଆଜିକାଲି ମେଲେରିଆ ରୋଗୀ ଏବଂ ଡେଙ୍ଗୁ ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ।କିନ୍ତୁ ଅଳିଆ ଆବର୍ଜନା ସଫା ଓ ସ୍ବଛ ରଖିବା ପ୍ରତି ପୌରପାଳିକା କିମ୍ବା ରଥ କମିଟିର ଧ୍ଯାନ ରହୁ ନାହିଁ । ଜୁଲାଇ ୨୫ ରୁ ମୀନାଵଜାର ମେଳା ସରିଲାଣି କିନ୍ତୁ ପୌରପାଳିକା କି ରଥ କମିଟି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି ।ଯାହାକୁ ନେଇ କଲେଜ ଛାତ୍ରଛାତ୍ରୀ ଝାଉଁରିସାହିଵାସୀ,ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।ତେଣୁ ଏଥିପ୍ରତି ରଥ କମିଟି ଏବଂ ପୌରପାଳିକା ଦୃଷ୍ଟି ଦେବା ସହ ଅଳିଆ ଆବର୍ଜନା ସଫା କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

ଭାରତ ସରକାରଙ୍କ ପେଟେଣ୍ଟ ଡିଜାଇନରେ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ପଞ୍ଜିକୃତ

Sunil Chandra Nayak

Leave a Comment

error: Content is protected !!