ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ! ଗୁହାଳଡାଙ୍ଗିରୀ ପଞ୍ଚାୟତର କଲରାବଣି ଗାଁକୁ ରାସ୍ତା ହେବ କେବେ?

ରାଇରଙ୍ଗପୁର ବ୍ଳକ ! ଗୁହାଳଡାଙ୍ଗିରୀ ପଞ୍ଚାୟତର କଲରାବଣି ଗାଁକୁ ରାସ୍ତା ହେବ କେବେ?

ମୟୂରଭଂଜ – ୫/୦୮ — ପ୍ରତି ୫ ବର୍ଷରେ ନିର୍ବାଚନ ହେଉଛି । ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କର ପାହାଡ଼ ଭଳି ପ୍ରତିଶ୍ରୁତି ।ହାତୀ ଦେବି ଘୋଡ଼ା ଦେବି ମୋ ପେଁକାଳି ବଜାଇ ଦିଅ ।ସ୍ବାଧୀନତାର ଦିର୍ଘ ୭୬ ବର୍ଷ ଅତିକ୍ରାନ୍ତ ଏ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ ।ଦଚର୍ଗାମ ଅଂଶ ଉଚ୍ଚ ଳର ଅଧିବାସୀଙ୍କର ଦୈଷ କେଉଁଠି ।ରାଜସ୍ଵ ଖଜଣା ଦେଉଛନ୍ତି,ଭୋଟ ଦେଉଛନ୍ତି ।ଅଥଚ ମୌଳିକ ସମସ୍ୟା ରାସ୍ତା ଖଣ୍ଡେ ନାହିଁ ।ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ଛାଡୁଛନ୍ତି । ହେଲେ ଦୁର୍ଗମ ପାହାଡିଆ ଅଞ୍ଚଳ ସମେତ ବିଭିନ୍ନ ପଛୁଆ ଅଞ୍ଚଳର ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ କିପରି ହୋଇଛି ସେ ସମ୍ପର୍କରେ କେହି ଉତ୍ତରଦାୟୀ ନଥିବା ସମ୍ପ୍ରତି ରାଜ୍ଯ ଶାସନ କଳକୁ ହାତେଇ ଆସିଥିବା ସମସ୍ତ ରାଜନୈତିକ ଦଳ ପ୍ରତି ଏକ ଶକ୍ତ ଉପହାସ ପାଲଟିଛି । ଶାସନ କଳାକୁ ହାତୋଉଥିବା ରାଜନୈତିକ ଦଳର ସରକାର ନିଜ ସ୍ଥିତିକୁ ମଜବୁତ ରଖିବା ପାଇଁ ସଦାସର୍ବଦା ଗରିବ ଗୁରୁବାଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ଡିଣ୍ଡିମ ପିଟି ଥାଏ । ଏହି ବ୍ଳକର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ ଦୁଇ ଦୁଇ ଥର ବ୍ଳକ ଅଧ୍ୟକ୍ଷ ହେଲେଣି ।ଜଣେ ଅଭିଜ୍ଞ ରାଜନୈତିକ ମଇଦାନରେ ଖିଲାଡ଼ି ।ସେମଧ୍ଯ ଗ୍ରାମାଞ୍ଚଳର ରାସ୍ତା ପ୍ରତି ଧ୍ୟାନ ଦେବା ଉଚିତ । ଓଡ଼ିଶା ସିମାନ୍ତ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୁହାଳଡାଙ୍ଗୀରି ପଞ୍ଚାୟତର ଅବହେଳିତ ଗାଁ କଲରାବଣି । ଗ୍ରାମର ଜନସଂଖ୍ୟା ଏବେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ରହିଛି । ମାତ୍ର ନିତ୍ଯ ଆବଶ୍ୟକ ଗମନାଗମନ ପାଇଁ ରାସ୍ତା ଅଭାବରୁ ଗ୍ରାମବାସୀ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ବଜାରଘାଟ ପାଇଁ ରାସ୍ତା ଅଭାବରୁ ଗାଁ କଞ୍ଚା ରାସ୍ତାଦେଇ ଯା-ଆସ କରିଥାଆନ୍ତି । ଏପରିକି ଚାଉଳ ଓ ଭତ୍ତା ଗଣ୍ଡାକ ପାଇଁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ବହୁ କଷ୍ଟରେ ପଞ୍ଚାୟତ କାର୍ଯ୍ଯାଳୟକୁ ଯାଇଥାଆନ୍ତି । ସର୍ବନିମ୍ନ ବ୍ଲକ୍ ଓ ପଞ୍ଚାୟତକୁ ଯିବାପାଇଁ ଗୋଟିଏ ଭଲ ରାସ୍ତାଟିଏ ସରକାରଙ୍କ ପକ୍ଷରୁ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ଗୁହାରି କରି କରି ହତାଶ ହେବା ପରେ ଗଣମାଧ୍ଯମକୁ ଜଣାଇଛନ୍ତି । ଜିଲ୍ଲାପାଳ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ନାମ୍ପୋ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ଶତପ୍ରତିଶତ ସଫଳତା

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

୧- ସୋସିଆଲ ମେଡିଆ ଓ ଗଣମାଧ୍ୟମ ର ପ୍ରଭାବରେ ରାସୋଳ ହାଟ ପଡ଼ିଆ ହେଲା ସ୍ବଚ୍ଛ, ୨- ଚଳନ୍ତା ଟ୍ରକ ରେ ନିଆଁ 

Leave a Comment

error: Content is protected !!