ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପର୍ବ : କଳାକାର ମହାସଂଘ

ବ୍ରହ୍ମପୁର, ତା.୨୯/୦୧ : ନାଟ୍ୟ ସାହିତ୍ୟର ଆଦି ଗ୍ରନ୍ଥ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ ରଚୟିତା କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ଶ୍ରୀପଞ୍ଚମୀ ତିଥି ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ଆୟୋଜିତ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର ତୃତୀୟ ଦିବସରେ ଓଡ଼ିଶା ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଗାୟତ୍ରୀ ଗ୍ରୁପ୍ ଅଫ୍ ଏଜୁକେଶନାଲ୍ ଇନଷ୍ଟିଚ୍ୟୁଟ୍ ଅଧ୍ୟକ୍ଷ ଉତ୍ତମ କୁମାର ପାଣିଗ୍ରାହୀ, ନାଟ୍ୟକାର ଅଭୟ କୁମାର ଦାସ, ନାଟ୍ୟକାର ଲିଙ୍ଗରାଜ ନାହାକ, ନାଟ୍ୟକାର କେ. ବଳରାମ ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କବିସୂର୍ଯ୍ୟ, କବିସମ୍ରାଟ ଓ ଭକ୍ତକବିଙ୍କ ଭଳି ଯୋଗଜନ୍ମା କବିତ୍ରୟ ତଥା କଳା, ସାହିତ୍ୟ ଓ ସଂସ୍କୃତି ଜଗତର ଆରାଧ୍ୟା ଦେବୀ ଶ୍ରୀସରସ୍ଵତୀଙ୍କ ପୂଜା ଭଳି ପବିତ୍ର ତିଥିରେ ଓଡ଼ିଶା ନାଟ୍ୟ ଦିବସ ପାଳନ ପରମ୍ପରାର ଅୟମାରମ୍ଭ ଓଡ଼ିଆ ଜାତି ପାଇଁ ଏକ ଶୁଭଙ୍କରୀ ବାର୍ତ୍ତା ବୋଲି ମତବ୍ୟକ୍ତ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଦେବା ସହ ସଂଘର ବରିଷ୍ଠ ସଦସ୍ୟ ସୁନାମଧନ୍ୟ ତବଲା ବାଦକ ନରସିଂହ ଜେନା ଓ ଯୁବ ଜନ୍ତ୍ରସଂଗିତବିତ୍ ପିନ୍ଟୁ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିବା ସହ ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଆନୁଷ୍ଠାନିକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ କର୍ପୁର ନୂଆଗାଁ ଦଳ ପକ୍ଷରୁ ସୁଭଦ୍ରା ପରିଣୟ ଓ ନରେନ୍ଦ୍ରପୁରର ଯୋଡିଶଙ୍ଖ ଓ ରଣପା ଲୋକନୃତ୍ୟ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁଦାମ ପଟ୍ଟନାୟକ, ବାବୁ ନାୟକ, ଚନ୍ଦ୍ରଭାନୁ ନାୟକ, କିଶୋର କପୁର, ଗୀତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

ବ୍ରହ୍ମପୁର ରୁ କୁନା ମିଶ୍ର ଙ୍କ ରିପୋର୍ଟ୍ 

Related posts

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖଚକ ବନ୍ଦ ଡାକରା ,ଡ୍ରାଇଭର ମହାସଂଘର ଆନ୍ଦୋଳନ ତେଜିଲା

Sunil Chandra Nayak

ହିଞ୍ଜିଳିକାଟୁ ଅଞ୍ଚଳରେ ବେଆଇନ ବାଲି ଖନନ: ନଦୀ, ପରିବେଶ ଓ ଚାଷ ଉପରେ ଗଭୀର ସଙ୍କଟ 

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

Leave a Comment

error: Content is protected !!