ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନୂତନ ତହସିଲଦାର ଭାଵେ ଭବାନୀ ପ୍ରସାଦ ସାହୁଙ୍କ ଯୋଗଦାନ; ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ମଚାରୀ ବୃନ୍ଦ

ରାଇରଙ୍ଗପୁରରେ ନୂତନ ତହସିଲଦାର ଭାଵେ ଭବାନୀ ପ୍ରସାଦ ସାହୁଙ୍କ ଯୋଗଦାନ; ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ମଚାରୀ ବୃନ୍ଦ

ରାଇରଙ୍ଗପୁର – ୫/୦୪ — ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ନବ ନିଯୁକ୍ତ ତହସିଲଦାର ଭବାନି ପ୍ରସାଦ ସାହୁ ଆଜି ଯୋଗଦାନ କରିଛନ୍ତି ।ଇତି ପୂର୍ବରୁ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଯାଇଛି ।ନୂତନ ତହସିଲଦାର ଯୋଗ ଦେବା ଅବସରରେ ଅତିରିକ୍ତ ତହସିଲଦାର, ରେଭିନ୍ଯୁ ଇନ୍ସପେକ୍ଟରସମସ୍ତ ଆର ଆଇ, ଏ ଆର ଆଇ, ଅମିନ ଏବଂ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।ନବ ନିଯୁକ୍ତ ତହସିଲଦାର କହିଥିଲେ ସରକାରଙ୍କ ନିର୍ଦେଶ ଏଵଂ ଜନସାଧାରଣଙ୍କୁ ସୁସେଵା ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ ।ସରକାରଙ୍କ କାର୍ଯ୍ଯନାମାକୁ ଟିମ୍ ଓ୍ବାର୍କ ଭାବେ ଆମେ ସମସ୍ତେ ମିଳିତ ଭାବେ ଆଗେଇନେବା ।ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

୨୦୧୩ରୁ ପଦୋନ୍ନତ୍ତି ପାଇ ଏବେ ପାଇଲେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସବୁରି ମୁହରେ ଖୁସିର ଜୁଆର

Sunil Chandra Nayak

ମଦ୍ୟପ କାର ଡ୍ରାଇଭର ର ବେପରୁଆ ଗାଡି ଚାଳନା,ଏକ ମୃତ ଦୁଇ ଗୁରୁତର 

Sunil Chandra Nayak

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!