ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ଅଷ୍ଟମ ବାର୍ଷିକୋତ୍ସବ ପାଳିତ

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ଅଷ୍ଟମ ବାର୍ଷିକୋତ୍ସବ ପାଳିତ

ରାଉରକେଲା :, ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ଅଷ୍ଟମ ବାର୍ଷିକୋତ୍ସବ ଛେଣ୍ଡ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଷ୍ଟମ ବାର୍ଷିକୋତ୍ସବ ପାଳନ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ ମୁଖ୍ୟ ଅତିଥି ,ଏସଡିପିଓ ରଶ୍ମି ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଓ ଡାକ୍ତର ଗୋକୁଳାନନ୍ଦ ମା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଥିଲେ ଯେ, ପୋଲିସ୍ ପକ୍ଷରୁ ଆଜି ଆଦର୍ଶ ବରିଷ୍ଠ ନାଗରିକଙ୍କ ଅଷ୍ଟମ ବାର୍ଷିକୋତ୍ସବ ମହାଆଡମ୍ବର ସହକାରେ ଆୟୋଜିତ କରାଯାଇଛି। ପୋଲିସ ସଦାସର୍ବଦା ସେବା ଓ ସୁରକ୍ଷା ପାଇଁ ଆଗଭର ରହିଥାଏ। ଆଜି ରାଉରକେଲା ପୋଲିସ୍ ଜିଲ୍ଲାରେ ଆଦର୍ଶ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପଞ୍ଜିକରଣ ୪ ହଜାର ଅତିକ୍ରମ କରିସାରିଛି, ଯାହାକି ଆମ ରାଜ୍ୟରେ ବିରଳ। ରାଉରକେଲା ପୋଲିସ୍ ତରଫରୁ ଏହି ସଭା ମାଧ୍ୟମରେ ଅନୁରୋଧ କରାଯାଉଛି, ଆହୁରି ଅଧିକରୁ ଅଧିକ ବରିଷ୍ଠ ନାଗରିକ ଏଥିରେ ସାମିଲ ହୁଅନ୍ତୁ, ଯଦ୍ବାରା ବରିଷ୍ଠ ନାଗରିକଙ୍କ ସମସ୍ତ ପରିଚୟ ସମେତ ସେମାନଙ୍କ ଠିକଣା ପୋଲିସ୍ ପାଇପାରିବ। ଗତ ମାସରେ ଉଦ୍ଘାଟିତ ହୋଇଥିବା ଇ-ବିଟ୍ ପେଟ୍ରୋଲିଂ ବ୍ଯବସ୍ଥା ମାଧ୍ୟମରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଏକିକରଣ କରିପାରିବୁ। ଏଥିସହିତ ବରିଷ୍ଠ ନାଗରିକଙ୍କୁ ସେବା ଓ ସୁରକ୍ଷା ଯଥାଶୀଘ୍ର ପୋଲିସ୍ ଦେବାରେ ସକ୍ଷମ ହୋଇପାରିବ।

      ଏହି ଅବସରରେ ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ସଭାପତି ମହେନ୍ଦ୍ର ମହାନ୍ତି, ସମ୍ପାଦକ ବିଜୟ କୁମାର ବରାଳ , ପ୍ରଫେସର ଗିରିଜା ଶଙ୍କର ଗୋସ୍ବାମୀ,ଅଜିତ ପୁଜାରୀ, ଆବାହକ ମହେନ୍ଦ୍ର ସାହୁ,ଛେଣ୍ଡ ଥାନାଧିକାରୀ ବିଜୟ କୁମାର ସିଂ,ଏସଆଇ ପ୍ରିୟଙ୍କା ସାହୁ ଏବଂ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସମେତ ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ସଭ୍ଯମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ମହାନ୍ତି ସଭାପତିତ୍ବ ଅଭିଭାଷଣ ଓ ସମ୍ପାଦକ ଶ୍ରୀ ବରାଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ରଞ୍ଜନ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର

masiha

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

masiha

ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ରଙ୍କ ୪୬ ତମ ଜନ୍ମ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି 

Leave a Comment

error: Content is protected !!