ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

  ଭବାନୀପାଟଣା ନିବାସୀ ଚନ୍ଦ୍ର ଶେଖର ମହାପାତ୍ର ଓ କଲ୍ୟାଣୀ ମହାପାତ୍ରଙ୍କ ପୁଅ ଅଭିଳାଷ ମହାପାତ୍ର ଆଇଆଇଏମ୍ ବୋଧଗୟା ରେ ଏମବିଏ ରେ ଟପ୍ପର ହୋଇଛନ୍ତି। ଅପ୍ରେଲ ୪ ତାରିଖରେ ବୋଧଗୟା ଆଇଆଇଏମ୍ ପରିସରରେ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଆଶିଷ କୁମାର ଚୌହାନ ମୁଖ୍ୟ ଅତିଥି ଓ ବିହାର ବିଧାନ ସଭାର ବାଚସ୍ପତି ପ୍ରେମ କୁମାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ୨୦୨୪- ୨୬ ଏମବିଏ ପାଠ୍ୟକ୍ରମରେ ଅଭିଳାଷ ବୋଧଗୟା ଆଇଆଇଏମ୍ ର ଟପ୍ପର ହୋଇ ଅତିଥିଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଅଭିଳାଷଙ୍କ ଏହି ସଫଳତା ନିମନ୍ତେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଂଗଠନ ସମ୍ପାଦକ ଭବେନ୍ଦ୍ର କୁମାର ପଣ୍ଡା, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଶିକ୍ଷାବିତ୍ ପ୍ରଫେସର ଗୋପବନ୍ଧୁ ବେହେରା, ଡ଼ ତପନ ରଥ, ଡ଼ ଦାଶରଥି ଆଚାର୍ଯ୍ୟ, କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ସମ୍ପାଦକ କୃଷ୍ଣାବତାର ଦେଓ ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ଅଭିଳାଷ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଲିଲେ। ସିବିଏସି ଯୁକ୍ତ ଦୁଇ ବାଣିଜ୍ୟରେ ସେ ଜିଲ୍ଲାର ଟପ୍ପର ହୋଇଥିଲେ ଓ ତାଙ୍କୁ କଳାହାଣ୍ଡି ଉତ୍ସବରେ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବ ଭାରତୀୟ କମନ୍ ଏନଟ୍ରାନସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଆଇଆଇଏମ୍ ରେ ବିବିଏ ଓ ତାପରେ ଏମବିଏ ଅଧ୍ୟୟନ କରି ଟପ୍ପର ହୋଇଛନ୍ତି।

Related posts

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

ବହଳଦାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!