ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହିମା ଆଶ୍ରମରେ ମାଘ ସପ୍ତମୀ ତଥା ବାର୍ଷିକ ଉତ୍ସବ ପାଳିତ 

କାମାକ୍ଷାନଗର(ମନିସ) ୨୯/୦୧_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରସ୍ଥିତ ମହିମା ଆଶ୍ରମରେ ମାଘସପ୍ତମୀ ତଥା ଆଶ୍ରମର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ୧୮୭୫ ମସିହା ଠାରୁ ଏହି ଆଶ୍ରମରେ ନିରବିଛିନ୍ନ ଭାବେ ମାଘମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ଏହା ପାଳିତ ହେଉଛି। ଦୁଇବର୍ଷ କରୋନା କଟକଣା ଯୋଗୁ ମାଘସପ୍ତମୀ କେବଳ ବିଧି ପାଳନ କରାଯାଇଥିଲା, କିନ୍ତୁ ଚଳିତବର୍ଷ କଟକଣା ହଟି ଯାଇଥିବିରୁ ବଡ ଧୁମଧାମରେ ବାର୍ଷିକ ଉତ୍ସବ ପାଳନ କରଯାାଇଛି। ସପ୍ତମୀ ଓ ଅଷ୍ଟମୀ ଦୁଇଦିନ ଧରି ଏହି ପର୍ବପାଳନ ହେଉଥିବାବେଳ ସପ୍ତମୀ ଦିନ ବଡିଭୋର ସମୟରୁ ଅମଣିଆ ବାଲ୍ୟଲିଳା କରାଯାଇଥାଏ । ଏବଂ ଦିନସାରା ଭିମଭୋଇଙ୍କ ଭଜନ କିର୍ତନ ହୋଇଥାଏ l ସନ୍ଧ୍ୟା ୫.୩୦ ସମୟରେ ଜଗତ ମଙ୍ଗଳ ଉଦେଶ୍ୟରେ ୧୧ ଶାଖା ବିଶିଷ୍ଠ ଝାଡ ଦୀପ ପ୍ରଜ୍ବଳନ କରାଯିବା ସହ ବ୍ରହ୍ମଧ୍ବନି ସ୍ଥାପନ କରି ଘୃତାହୁତି କରାଯାଇଥିଲା। ଅଞ୍ଚଳର ବିଭିନ୍ନ ଭଜନ ମଣ୍ଡଳି ଙ୍କ ଦ୍ବାରା ଅଲେଖ ଭଜନ ପରିବେଷିତ ହୋଇ ଥିଲା। ଏବଂ ସକାଳେ ନଗର କୀର୍ତନ ସହ ଅନ୍ନପସାଦ ଓ ହରିହାଟରେ ଚଳିତ ବର୍ଷ ମାଘ ସପ୍ତମି ପାଳିତ ହୋଇଯାଇଛି। ଏହିଯାତ୍ରାରେ ଅଞ୍ଚଳରୁ ଶହ ଶହ ଭକ୍ତ ଓ ସାଧୁସନ୍ଥ ଙ୍କ ସମାଗମ ଦେଖିବାକୁ ମିଳିଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋଇଡା ଶ୍ରୀ ରାମ ମନ୍ଦିରର ଦିତୀୟ ବାର୍ଷିକୋତ୍ସବ ପାଳିତ

masiha

୬୬ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡା ସାର୍ବଜନୀନ ଦୂର୍ଗା ପୂଜା  ଆସନ୍ତା ଅକ୍ଟୋବର ୨ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା

Sunil Chandra Nayak

କାମାକ୍ଷାନଗରର ସମସ୍ତ ଗ୍ରାମରେ ଖୁଦୁରୁକୁଣୀ ମାଆଙ୍କ ପୂଜା 

Sunil Chandra Nayak

Leave a Comment

error: Content is protected !!