ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ କର୍ମୀ ସମ୍ମିଳନୀ ଓ ନିର୍ବାଚନ

କଂଗ୍ରେସ କର୍ମୀ ସମ୍ମିଳନୀ ଓ ନିର୍ବାଚନ

ଖଡ଼ିଆଳ,୦୫.୦୮.(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲା ଖଡ଼ିଆଳ ଶ୍ୟାମରଞ୍ଜନ ଲଜ ଠାରେ ଖଡ଼ିଆଳ କଂଗ୍ରେସର କର୍ମୀ ସଂମ୍ମିଳନୀ ଓ ନିର୍ବାଚନ ପ୍ରକ୍ରିୟା ଶେଷରେ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ଓ ଖଡ଼ିଆଳ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡିଙ୍କ ନେତୃତ୍ଵରେ ମଙ୍ଗଳବାର ଖଡ଼ିଆଳର ଶ୍ୟାମକୁମ ଲଜରେ ଖଡ଼ିଆଳ ବ୍ଲକ୍ ଓ ଏନଏସି ପାଇଁ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲା। ଏହି ଅବସରରେ ଖଡ଼ିଆଳ ଏନଏସି ସଭାପତି ଭାବରେ ବରିଷ୍ଠ କଂଗ୍ରେସ ନେତା ପ୍ରବୀଣ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ହେଲେ ବ୍ଲକ ସଭାପତି ଭାବରେ ଦୁଇଜଣ ପ୍ରାର୍ଥୀଙ୍କ ନାମ ପଞ୍ଜିକୃତ ହୋଇଥିବାରୁ ଶେଷ ନିଷ୍ପତ୍ତି ପାଇଁ ପିସିସି ସଭାପତି ଶ୍ରୀ ଦାସଙ୍କ ନିକଟକୁ ନାମ ପଠାଇ ଦିଆଯାଇଛି। ଶୀଘ୍ର ଖଡ଼ିଆଳ ବ୍ଲକ୍ କଂଗ୍ରେସ ସଭାପତିଙ୍କ ନାମ ଘୋଷିତ ହେବ। ଏହି ଅବସରରେ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ, ଜିଲ୍ଲା ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଫାରୁଖ ମୋହମ୍ମଦ, ଭାରତ ରାଉତ, ଚୈତନ୍ୟ ତାଣ୍ଡି କିରଣ ସରାଫ, ଦେବରାଜ ଶବର, ବୁଦ୍ଧ ରାମ ବେହେରା, ବିକ୍ରମ ସତନାମୀ, ବ୍ୟାସ ବେହେରା, ପ୍ରଦୀପ ବେହେରା, ଗଗନ ତାଣ୍ଡି, କୁନ୍ଦନ ନିଆଲ, ଶିବ ଶଙ୍କର ପ୍ରଧାନୀ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ ।

ସୁଜିତ କୁମାର ପ୍ରଧାନ ଖଡ଼ିଆଳ

Related posts

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

masiha

ବିଜେପି ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିରରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଶୁଭାରମ୍ଭ, ଯୋଗଦେଲେ ସାଂସଦ 

masiha

ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

Leave a Comment

error: Content is protected !!