ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ-ତା.୫.୮.୨୦୨୫ ରିଖ:  ନିକଟରେ ଅଖିଳଭାରତୀୟ ଶିକ୍ଷା ସମାଗମ,ଜାତୀୟ ଶିକ୍ଷାନୀତି ୨୦୨୦ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ସମଗ୍ର ଶିକ୍ଷା ସଦର ବ୍ଲକ୍ ଆନୁକୂଲ୍ୟରେ ଏକ ଭିନ୍ନକ୍ଷମ ଛାତ୍ରୀ,ଛାତ୍ର ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ସକାଳ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ବି.ଆର୍.ସି.ସି. ଦେବବ୍ରତ ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀ ତା ସେନାପତି,ସମ୍ମାନୀତ ଅତିଥି ଭାବେ ସଦର ବିଇଓ ଦିବ୍ୟ ପ୍ରକାଶ ପ୍ରଧାନ ଓ ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ,ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ ।ଭିନ୍ନକ୍ଷମ ଛାତ୍ରୀ,ଛାତ୍ରମାନେ ମଧ୍ୟ ବହୁ ପ୍ରତିଭାର ଅଧିକାରୀ।ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରି ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ଅତିଥିମାନେ ଦୃଢ଼ ମତବ୍ୟକ୍ତ କରିଥିଲେ।ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ମନସ୍ତତ୍ୱବିତ୍ ଶୁଭ୍ରା ମିଶ୍ର, ଅଡିଓଲୋଜିଷ୍ଟ ଶାରଦା ନାୟକ,ଭୌତିକ ଚିକିତ୍ସକ, ମନସ୍ତତ୍ୱବିତ୍,ସାଇଟ୍ ସେଭର,ଓଡିଶାର ଚକ୍ଷୁବିଶେଷଜ୍ଞ ପ୍ରମୁଖ ଯୋଗଦେଇ ଛାତ୍ରୀ,ଛାତ୍ରମାନଙ୍କୁ ପରୀକ୍ଷା କରି ଭିନ୍ନକ୍ଷମତା ଚିହ୍ନଟ କରିଥିଲେ। ଶିବିରରେ ମୋଟ୍ ୧୩୪ଜଣ ଭିନ୍ନକ୍ଷମ ଛାତ୍ରୀ,ଛାତ୍ର ଓ ସେମାନଙ୍କ ମାତା,ପିତା ଅଭିଭାବିକା, ଅଭିଭାବକ ଯୋଗଦେଇଥିଲେ।୫୦ ଜଣ ଭିନ୍ନକ୍ଷମ ଛାତ୍ରୀ,ଛାତ୍ରମାନଙ୍କ ମଧ୍ୟରୁ ୧୦ଜଣ ବଧିର ଛାତ୍ରୀ,ଛାତ୍ରଙ୍କୁ ଶ୍ରବଣ ଯନ୍ତ୍ର,୯ଜଣଙ୍କୁ ହୁଇଲ୍ ଚେୟାର,୧ଜଣଙ୍କୁ ଟ୍ରାଇ ସାଇକେଲ୍,୧୭ ଜଣ ବୌଦ୍ଧିକଶକ୍ତି ରହିତଙ୍କୁ ଶିକ୍ଷଣ ସାମଗ୍ରୀ କିଟ୍ ବ୍ୟାଗ୍,୫ ଜଣଙ୍କୁ ସ୍ବତନ୍ତ୍ର ସିପି ଚେୟାର୍ ଓ ୨ ଚଳନ ଶକ୍ତି ରହିତଙ୍କୁ ଆଶାବାଡି ଏଏଲ୍ଆଇଏମ୍ସିଓ ସଂସ୍ଥା ତରଫରୁ ବିତରଣ କରାଯାଇଛି।କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଇତିଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଣାପାଣୀ ସେନାପତି,ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ, ପ୍ରଣତି ମିଶ୍ର,କାଳନ୍ଦୀ ଦେବତା,ବିଷ୍ଣୁ କୁମାର ମଲ୍ଲିକ,ରମା ବେହେରା,ସଞ୍ଜୀବ ମହାପାତ୍ର,କାମଦେବ ପ୍ରଧାନ,ପ୍ରିୟବ୍ରତ ପଟ୍ଟନାୟକ,ପ୍ରଭାତୀ ବେହେରା,ପ୍ରମୋଦ ସାହୁ ପ୍ରମୁଖ ସି ଆର୍ ସି ସି ବୃନ୍ଦ,ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଭୂପେନ୍ଦ୍ର ସିଂ ମାଝୀ,କିରଣ କଣ୍ଟା,କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନସାହୁ,ଭୋକେସନାଲ୍ ଟ୍ରେନର ଶୁଭଶ୍ରୀ ଶୁଭସ୍ମିତା ରାଉତ ଓ ଅଟୋମୋଟିଭ ଟ୍ରେନର ସୁଜିତ ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଧହଁରାମାଳ ନିକଟରେ ଇଲେକ୍ଟ୍ରି ଖୁଣ୍ଟ କୁ ପିଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

masiha

୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ 

masiha

ପେନସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ସୁବିଧା ପାଇଁ ଏସବିଆଇ ତରଫରୁ ଏକ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା

masiha

Leave a Comment

error: Content is protected !!